pakka

ରାଜ୍ୟରେ ଗତ ୨୪ ଘଂଟାରେ ୧୧,୮୦୭ ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୨୨, ଖୋର୍ଦ୍ଧା ଜିଲ୍ଲାରୁ ୧୫୧୦ ଏବଂ ବଲାଙ୍ଗିର ଜିଲ୍ଲାରୁ ୪୩୭

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନୁନି କୌଣସି ଆକଟକୁ କରୋନା ସଂକ୍ରମଣ, ବ୍ୟାପୁଛି ଏଣେତେଣେ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୦,୩୩୫ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୧୯୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୬୦, ବାଲେଶ୍ୱରରୁ ୨୬୦, ବରଗଡ଼ରୁ ୪୨୮, ଭଦ୍ରକରୁ ୮୩, ବଲାଙ୍ଗିରରୁ ୪୩୭, ବୌଦ୍ଧରୁ ୧୭୮, କଟକରୁ ୧୦୫୨, ଦେବଗଡ଼ରୁ ୧୧୫, ଢେ଼ଙ୍କାନାଳରୁ ୧୧୫, ଗଜପତିରୁ ୧୦୫, ଗଂଜାମରୁ ୩୪୧, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୩୦୨, ଝାରସୁଗୁଡ଼ାରୁ ୪୨୧, କଳାହାଣ୍ଡିରୁ ୪୦୨, କନ୍ଧମାଳରୁ ୯୨, କେନ୍ଦ୍ରାପଡ଼ାରୁ ୧୪୫, କେଉଁଝରରୁ ୨୩୧, ଖୋର୍ଦ୍ଧାରୁ ୧୫୧୦, କୋରାପୁଟରୁ ୧୨୨, ମାଲକାନଗିରିରୁ ୭୦, ମୟୁରଭଂଜରୁ ୧୭୫, ନବରଂଗପୁରରୁ ୪୧୯, ନୟାଗଡ଼ରୁ ୨୦୪, ନୂଆପଡ଼ାରୁ ୨୮୬, ପୁରୀରୁ ୪୫୪, ରାୟଗଡ଼ାରୁ ୧୩୮, ସମ୍ବଲପୁରରୁ ୫୩୩, ସୋନପୁରରୁ ୨୧୦, ସୁନ୍ଦରଗଡ଼ରୁ ୧୯୨୨ ଓ ଷ୍ଟେଟ ପୁଲ୍‌ରୁ ୩୦୧ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

four × one =