csstore

ଟାଉନ୍‌ ଥାନା ଆଇଆଇସି.ଙ୍କ ପ୍ରଶଂସନୀୟ ପଦକ୍ଷେପ : ମେଡ଼ିକାଲରେ ଭର୍ତ୍ତି କଲେ ଅସହାୟ ଅସୁସ୍ଥ କୋଭିଡ୍‌ ରୋଗୀଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମଧନ୍ୟ ସାହିତ୍ୟିକ ରଘୁନାଥ ବାବୁ ଗତକାଲି ସ୍ଥାନୀୟ ରାମେଶ୍ୱର ନଗରର ଦୀର୍ଘ ୫ ଦିନ ଧରି ଜ୍ୱରରେ ପୀଡ଼ିତ ଥିବା ଦୈତାରୀ ମେହେର ନାମକ ଜଣେ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ପରେ ତାଙ୍କୁ ମେଡ଼ିକାଲ୍‌ ସୁବିଧା ଯୋଗାଇ ଦେବାକୁ ସୋସିଆଲ୍‌ ମିଡ଼ିଆରେ ସୂଚନା ଦେବା ସହ ଏସ୍‌ପିଙ୍କୁ ଟ୍ୱିଟର୍‌ ଯୋଗେ ସହାୟତା ପାଇଁ ଯୋଗାଯୋଗ କରିଥିଲେ । ଘଟଣା ସଂପର୍କରେ ଜାଣିବା ପରେ ଏସ୍‌ପି ନୀତିନ କୁଶଲକର ସଂପୃକ୍ତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଇଆଇସି ପ୍ରିୟଙ୍କା ଦୈତାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌କୁ ଆଣିବା ସହ କୋଭିଡ୍‌ ଟେଷ୍ଟ କରାଇଥିଲେ । କୋଭିଡ ପଜିଟିଭ୍‌ ବାହାରିବା ପରେ ତାଙ୍କୁ କୋଭିଡ଼ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଟାଉନ୍‌ ଥାନା ଆଇଆଇସିଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.