pakka

ଆରପାରିରେ ଡାକ୍ତର ପରମେଶ୍ୱର ରଥ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ଡାକ୍ତର ପରମେଶ୍ୱର ରଥ ଆଉ ନାହାନ୍ତି । ଆଜି ସକାଳୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରାୟ ପନ୍ଦର ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ହେଲା ସେ ଗୁରୁତର ଅବସ୍ଥାରେ ଥିବା ବେଳେ ଆଜି ସକାଳୁ ତାଙ୍କର ନିଧନ ହୋଇଥିବା ଖବର ମିଳିଛି । ଭୁବନେଶ୍ୱର ଠାରେ ତାଙ୍କର ଅନ୍ତିମ କ୍ରିୟା କରାଯିବା ସୂଚନା ରହିଛି । ଡ଼ା. ରଥ ଦୀର୍ଘ ଦିନ କାଳ ପଟଣାଗଡ଼ ଓ ପରେ ବଲାଙ୍ଗିରରେ ରୋଗୀ ସେବା ଯୋଗାଇ ଆସିଥିଲେ । ତାଙ୍କର ବିୟୋଗ ଅଂଚଳ ପାଇଁ ଏକ ଅପୁରଣୀୟ କ୍ଷତି ହୋଇ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିୟୋଗ ଖବର ପ୍ରଚାର ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

seventeen − two =