ବ୍ରହ୍ମପୁରର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଭେଟିନେରୀ ମେଡ଼ିସିନ ଅଧିକାରୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବସରପ୍ରାପ୍ତ ଜିଲ୍ଲାମୁଖ୍ୟ ଭେଟିନେରୀ ମେଡ଼ିସିନ ଅଧିକାରୀ ବୃନ୍ଦାବନ ପାଢ଼ୀ(୯୦)ଙ୍କ ପରଲୋକ ହୋଇଯାଇଛି । ବୈକୁଣ୍ଠନଗରରେ ସେ ରହୁଥିଲେ । ବୈକୁଣ୍ଠନଗର ଉନ୍ନୟନ ପରିଷଦର ସେ ସଭାପତି ଭାବେ ଦୀର୍ଘଦିନ ଧରି କାର୍ୟ୍ୟ କରିଆସିଥିଲେ ଏବଂ ସୂଚାରୁ ରୂପେ ଚଳାଇ ଆସୁଥିଲେ । ସେ ଜଣେ ଜନପ୍ରିୟ ଓ ମେଳାପି ବ୍ୟକ୍ତି ଥିଲେ । ବ୍ରହ୍ମପୁରରେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଇବା, ପରିମଳ ଓ ପରିବେଶ ପ୍ରତି ସଚେତନତା ଭଳି ସମାଜସେବା କାର୍ୟ୍ୟ କରିଆସିଥିଲେ । ସେ ମିଷ୍ଟଭାଷୀ ଏବଂ ପରଉପକାରୀ ବ୍ୟକ୍ତି ଥିଲେ । ତାଙ୍କ କାର୍ଯ୍ୟଶୈଳୀ ବହୁତ ସୁନ୍ଦର ଓ ଉନ୍ନତ ଥିଲା । ତାଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ବ୍ୟକ୍ତ କରି ତାହାଙ୍କ ଆମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

19 + fourteen =