କବି ପ୍ରହଲ୍ଲାଦ ଶତପଥୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କବି ତଥା ଅଧ୍ୟାପକ ପ୍ରହଲ୍ଲାଦ ଶତପଥୀଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ତାଙ୍କ ମାତା ବିନୋଦିନୀ ଶତପଥିଙ୍କୁ ୮୫ ବର୍ଷ ହେଉଥିଲା । ମୃତ୍ୟୁ ସମୟରେ ବଡ ଝିଅ ବିଦ୍ୟୁତଲତା ଶତପଥୀ, ସସ୍ମିତା ଶତପଥୀ, ମଞ୍ଜୁଲତା ଶତପଥୀ ସହିତ ଲାଲି, ସୁନୀ ଓ ଓମ୍‌ ପ୍ରକାଶ ଉପସ୍ଥିତ ଥିଲେ । ଆରଟିଓ ଅଫିସ ନିକଟସ୍ଥ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । କିଛି ବର୍ଷ ପୂର୍ବେ ଶ୍ରୀ ଶତପଥୀଙ୍କ ବାପା ଉଦୟ ନାଥ ଶତପଥୀ ସ୍ଵର୍ଗାରୋହଣ କରିଥିଲେ । ଆଜି ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ପୁଅ ପ୍ରହଲ୍ଲାଦ ମୁଖାଗ୍ନି ଦେଇଥିଲେ । ଖବର ପ୍ରକାଶିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

one × 5 =

error: Content is protected !!