ବଲାଙ୍ଗିର ଜିଲ୍ଲାରେ ଆଜି ୧୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକ ଉପରବାହାଲ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ଚୁଡ଼ାପାଲି ଗ୍ରା.ପ.ରୁ ଜଣେ ଓ ତୁଷୁରାବାହାଲ ଗ୍ରା.ପ.ରୁ ୮ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ପୌରାଂଚଳ ୱାର୍ଡ ନଂ.୧୦ ଓ ୫ରୁ ୨ ଜଣ ଲେଖାଏଁ, ୧୫ରୁ ୩ ଏବଂ ୧, ୧୧, ୧୯, ୨୦, ୨୧ ଓ ୮ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ତେରେକେଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା କୁହାଯାଇଛି । ସେହିପରି ବେଲପଡ଼ା ବ୍ଲକ ବାହାବଲ ଗ୍ରା.ପ.ରୁ ଜଣେ, ବେଲପଡ଼ା ଗ୍ରା.ପ.ରୁ ୭, ଧୁମାଭଟା ଗ୍ରା.ପ.ରୁ ଜଣେ, ଗମ୍ଭାରୀ ଗ୍ରା.ପ.ରୁ ଜଣେ, ଘାଗୁର୍ଲି ଗ୍ରା.ପ.ରୁ ୬ ଜଣ, ମଣ୍ଡଳ ଗ୍ରା.ପ.ରୁ ୩ ଜଣ, ପର୍ଲିମାଲ ଗ୍ରା.ପ.ରୁ ଜଣେ, ସରମୁହାଣ ଗ୍ରା.ପ.ରୁ ଜଣେ ଓ ସିହିନୀ ଗ୍ରା.ପ. ୨ ଜଣ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୦ରୁ ଜଣେ, ୧୪ରୁ ୨ ଜଣ, ୧୬ରୁ ଜଣେ, ୩ରୁ ଜଣେ, ୩ରୁ ୬ ଜଣ, ୪ରୁ ୨ ଜଣ, ୫ରୁ ୩ ଜଣ, ୭ରୁ ଜଣେ, ୮ରୁ ୨ ଜଣ, ୯ରୁ ୩ ଜଣ, ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରା.ପ.ରୁ ୨ ଜଣ ଓ ଲୁହାସିଂହା ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ମାଲିଶିରା ଗ୍ରା.ପ.ରୁ ୨ ଜଣ, ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ଗ୍ରା.ପ.ରୁ ଜଣେ, ବରପଦର ଗ୍ରା.ପ. ଜଣେ, ବଥର୍ଲା ଗ୍ରା.ପ.ରୁ ୨ ଜଣ, ଯୋଗୀମୁଣ୍ଡା ଗ୍ରା.ପ.ରୁ ଜଣେ, ଲରମ୍ଭା ଗ୍ରା.ପ.ରୁ ଜଣେ, ପଣ୍ଡାମୁଣ୍ଡା ଗ୍ରା.ପ.ରୁ ୭ ଜଣ ଓ ସୁନାମୁଦି ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୪ରୁ ଜଣେ, ୫ରୁ ୨ ଜଣ, ୬ରୁ ୧, ୭ରୁ ୫, ୮ରୁ ୪ ଜଣ, ସଇଁନ୍ତଲା ବ୍ଲକ କନ୍ଧକେଲଗାଁ ଗ୍ରା.ପ.ରୁ ଜଣେ, ଭଦ୍ରା ଗ୍ରା.ପ.ରୁ ଜଣେ, ଘୁନସର ଗ୍ରା.ପ.ରୁ ଜଣେ ଓ ଡୁଙ୍ଗୁରିପାଲି ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ବ୍ଲକ ଜଗୁଆ, ନରେନ, ସିଲୁଆଁ ଓ ବାନ୍ଧୁପଲା ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧, ୧୨ରୁ ୨ ଜଣ ଲେଖାଏଁ, ୧୪, ୧୫, ୬, ୭ରୁ ଜଣେ ଲେଖାଏଁ, ୮ରୁ ୩, ୩ରୁ ୪ ଓ ୪ରୁ ୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତୁରେକେଲା ବ୍ଲକ ଖଗସା, ଚଉଲଶୁଖା ଓ ମହୁଲପାଟି ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.