oom

କଂଗ୍ରେସ ଦଳକୁ ଅଧିକ ମଜବୁତ କରିବା ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରୟାସ

jsmm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଂଗ୍ରେସ ଦଳକୁ ଅଧିକ ସକ୍ରିୟ କରିବା ଏବଂ ଦଳକୁ ମଜବୁତ କରିବା ନିମନ୍ତେ ଏକପ୍ରକାର ପ୍ରୟାସ ଜାରି ରହିଛି । ଏଥି ନିମନ୍ତେ ବ୍ୟାପକ ଭାବେ ଦୃଢ଼ ପଦକ୍ଷେପ ନିଆଯାଇଛି । ଏନେଇ ରବିବାର ରାଜଧାନୀ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ରାଜ୍ୟର ପୁରୁଖା ନେତୃବର୍ଗ ଓ ଦକ୍ଷ କର୍ମୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦଳ ତରଫରୁ ଜନସଧାରଣଙ୍କ ହିତ ଦୃଷ୍ଟିରୁ ଯାହା ପ୍ରତିବାଦ କରାଯିବା କଥା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ, ସରକାରୀ ଯୋଜନା କିଭଳି ଫଳପ୍ରଦ ହେଉଛି, କୋଉଠି ବାଟମାରଣା ହେଉଛି ତାରି ଉପରେ ଦୃଢ଼ ପ୍ରତିବାଦ ଜାରି ରହିବ ବୋଲି ରାଜଧାନୀ ଭୁବନେଶ୍ୱରର କଂଗ୍ରେସ ଭବନରୁ ରାଜ୍ୟସରକାରଙ୍କ ବିରୁଦ୍ଧରେ ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ଏସମ୍ପର୍କରେ ଅନେକ ସମାଲୋଚନା ମୂଳକ ତଥ୍ୟ ପ୍ରଦାନ କରିଛନ୍ତି । ବାଚସ୍ପତିଙ୍କ ଉପରେ ଚପଲ ମାଳ ଫିଙ୍ଗା ଯିବା ବିଷୟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ଏବଂ ଅତ୍ୟନ୍ତ ନିନ୍ଦନୀୟ ବୋଲି ନିରଞ୍ଜନ ଗଣମାଧ୍ୟମ ଆଗରେ କହିଥିଲେ । କଂଗ୍ରେସ ଭବନରେ ଅନୁଷ୍ଠିତ ସାଧାରଣ ବୈଠକରେ ଜଟଣୀ ବିଧାୟକ ସୁର ରାଉତରାୟ, ହରିଜନ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବାଙ୍କ ନିଧି ବେହେରା, ମତ୍ସ୍ୟଜୀବୀ ସଂଗଠନର ଅଧ୍ୟକ୍ଷ ହଳଧର ସେଠୀ, ପ୍ରାକ୍ତନ ବିଧାୟକ ନିମାଇଁ ସରକାର, ପ୍ରତିମା ମଲ୍ଲିକ (ଜଗତସିଂହପୁର) ପ୍ରମୁଖ ବହୁ ଗଣ୍ୟମାନ୍ୟ କଂଗ୍ରେସର ନେତୃ ବର୍ଗ ଯୋଗଦେଇ ଜନହିତ କର ବାଣୀ ଉପରେ ବ୍ୟାଖ୍ୟା କରିଥିଲେ । ଦଳିତ ଆଦିବାସୀ ହରିଜନଙ୍କ ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପେକ୍ଷା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜକୁ ଦୁଇ ଦିନ ହେଲା ରାଜଧାନୀରେ ପିପିଲିର ଉପନିର୍ବାଚନ /ଭୋଟ ସକାଶେ ପ୍ରଚାର ଗାଡି ଜୋର ସୋର ବୁଲୁଥିଲା ।

jittmm
Leave A Reply

Your email address will not be published.