ବରଗଡ଼, (ମୁନ୍ନା ସାହୁ) : ବାଲେଶ୍ୱର ଏଫ. ଏମ କଲେଜରେ ଘଟିଥିବା ଘଟଣାକୁ ନେଇ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ବରଗଡ଼ ମା ଶ୍ୟାମା କାଲି ମନ୍ଦିରରେ ଦୀପପ୍ରଜ୍ୱଳନ କଲେ ଛାତ୍ର କଂଗ୍ରେସର ସଦସ୍ୟ । ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ଆତ୍ମହୁତି ଦେଇଥିବା ବେଳେ ତାଙ୍କ ଶରୀରର ୯୫ ପ୍ରତିଶତ ଜଳି ପୋଡି ଯାଇଛି । ମହାବିଦ୍ୟାଳୟର ଅଧ୍ୟାପକ ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ । ଛାତ୍ରୀ ଜଣକ କଲେଜ କତୃପକ୍ଷ, ଜିଲ୍ଲା ପ୍ରଶାସନ, ପୋଲିସ ଓ ରାଜନେତାମାନଙ୍କୁ ଜଣାଇଥିଲେ ମଧ୍ୟ କେହି ଏହା ଉପରେ ଦୃଷ୍ଟି ଦେଇ ନ ଥିଲେ ଯାହାକୁ ନେଇ ଛାତ୍ରୀ ଜଣକ ଏପରି ଚରମ ନିଷ୍ପତି ନେଇ ଆତ୍ମହୁତି ଦେଇଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ନ୍ୟାୟ ଦାବି ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି । ଆଗାମୀ ଦିନରେ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଗୌରବ ପତି ଆଜାଦ ।