pakka

ଉଦ୍ଧାର ହେଲା ଚୋରି ବାଇକ୍‌ : ୪ ଗିରଫ

bbehera

ଯାଜପୁର ସଦର : ବାଇକ୍‌ ଚୋରି ଅଭିଯୋଗରେ ଯାଜପୁର ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଶିଷ ଜେନା, ବୈଦ୍ୟନାଥ ପଣ୍ଡା, ଚିତ୍ତରଞ୍ଜନ ସାହୁ, ଜଳଧର ପ୍ରଧାନ । ସେମାନଙ୍କଠାରୁ ୨ଟି ବାଇକ୍‌ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି । ଯାଜପୁର ଥାନାର ବିଭିନ୍ନ ଅଞ୍ଚଳରୁ କ୍ରମାଗତ ଭାବେ ବାଇକ୍‌ ଚୋରି ହେଉଥିବାର ଅଭିଯୋଗ ହେଉଥିଲା । କିଛିଦିନ ତଳେ ହରପାର୍ବତୀ ଛକ ଓ ଦେବୀଗଡ଼ା ଘାଟ ନିକଟରୁ ବାଇକ୍‌ ଚୋରି ହେବା ସହ ଘର କାମ ପାଇଁ ଥୁଆ ହୋଇଥିବା ସିମେଣ୍ଟ ବସ୍ତା ମଧ୍ୟ ଚୋରି ହୋଇଥିଲା । ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଲିଖିତ ଅଭିଯୋଗକୁ ଭିତ୍ତି କରି ଯାଜପୁର ପୁଲିସ ଚୋରି ମାମଲା ରୁଜୁ କରିଥିଲା । ୨ଟି ବାଇକ୍‌ ଓ ଗୋଟିଏ ସ୍କୁଟି ସହ କିଛି ସିମେଣ୍ଟକୁ ଯାଜପୁର ପୁଲିସ ଜବତ କରିଥିଲା । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।

jay balangir
Leave A Reply

Your email address will not be published.

6 + nineteen =

error: Content is protected !!