ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର

ନୟାଗଡ : ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ବଖରାରୁ ଅଧିକ ଘର । ଭାପୁର ବ୍ଲକ ପାର୍ବତୀପୁର ଗାଁର ପ୍ରକାଶ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ପରେ ନିଆଁ ଗୋଟିଏ ଘରରୁ ଅନ୍ୟ ଘରକୁ ବ୍ୟାପିଥିଲା । ନିଆଁ ଏଭଳି ଉଗ୍ରରୂପ ନେଇଥିଲା ଯେ, ସଙ୍ଗେ ସଙ୍ଗେ ୧୦ରୁ ଅଧିକ ବଖରା ଘର ପୋଡ଼ି ଯାଇଥିଲା । ଗ୍ରାମବାସୀଙ୍କଠାରୁ ଭାପୁର ଅଗ୍ନିଶମ ବିଭାଗ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ, ଆନୁମାନିକ ୧୦ ଲକ୍ଷ ଟଙ୍କା ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.

five × four =

error: Content is protected !!