pakka

ଚୋରି କଲା ବେଳେ ଧରା ପଡ଼ି ନିର୍ଦ୍ଧୁମ ଛେଚା ଖାଇଲେ ୨ ଚୋର

bbehera

ସୋର : ଦୋକାନରେ ପଶି ଚୋରି କଲା ବେଳେ ଧରାପଡି ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଦ୍ଧୁମ ଛେଚା ଖାଇଲେ ୨ ଚୋର । ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଶିବ ପ୍ରସାଦ ସାହୁ ପାନ ଦୋକାନ କରିଛନ୍ତି । ଆଜି ଭୋର ସମୟରେ ସେହି ପାନ ଦୋକନରେ ତାଳକୁରୁନିଆ ଗାଁର ପର୍ଶୁରାମ ବାରିକ ଓ ତାଙ୍କ ଜଣେ ଅଣଓଡ଼ିଆ ସାଙ୍ଗ ମିଶି ଚୋରି କରିବା ବେଳେ ସ୍ଥାନୀୟ ଲୋକ ଉଭୟଙ୍କୁ ଧରି ପକାଇଥିଲେ । ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ନିର୍ଦ୍ଧୁମ ମାଡ଼ ମାରି ପୋଲିସ ଜିମା ଦେଇଥିଲେ ।

Leave A Reply

Your email address will not be published.

six + eighteen =