ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବଲାଡି ଗ୍ରାମରେ ହେବାକୁ ଥିବା ବାଲ୍ୟ ବିବାହକୁ ବନ୍ଦ କରାଯାଇଛି ।
ସୋନପୁର ବ୍ଲକ ବଲାଡି ଗ୍ରାମର ଏକ ୧୭ ବର୍ଷ ର ନାବାଳିକା ସହ ଡୁଙ୍ଗୁରିପାଲି ବ୍ଲକ ଅଁଳାମୁଣ୍ଡା ଗ୍ରାମର ଜୈନେକ ବ୍ୟକ୍ତିର ବିବାହ ଆସନ୍ତା ତା ୧୯/୧୧/୨୦ ରିଖରେ ହେଉଥିବାର ଖବର ଜିଲ୍ଲା ପ୍ରଶାସନ ନିକଟକୁ ପହଂଚିଥିଲା । ଖବର ପାଇ ଜିଲ୍ଲାପାଳ ସୁବର୍ଣ୍ଣପୁର, ଶ୍ରୀମତୀ ମୋନିଷ। ବାନାର୍ଜୀ ବାଲ୍ୟ ବିବାହ ଜିଲ୍ଲା ପରାମର୍ଶଦାତା ରାକେଶ ପ୍ରଧାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲପରାମର୍ଶ ଦାତା ସୁପରଭାଇଜର ସିଦ୍ଧାନ୍ତ ମିଶ୍ର ଏବଂ ଗ୍ରାମ୍ୟ ବାଲ୍ୟ ବିବାହ ନିଷେଧ କମିଟି ବଲାଡି ଗ୍ରାମକୁ ଯାଇ ଝିଅର ବାପା, ମା, ଏବଂ ପରିବାରଜନଙ୍କୁ ବାଲ୍ୟ ବିବାହ ନ କରାଇବାକୁ ପରାମର୍ଶ ଦେଇଛନ୍ତି । ବାଲ୍ୟବିବାହ ନିଷେଧ ଆଇନ ଏବଂ ଏହା ଅନ୍ତର୍ଗତ ଦଣ୍ଡ ବ୍ୟବସ୍ଥା ବିଷୟରେ ମଧ୍ୟ ବୁଝାଇଛନ୍ତି । ଯଦି କୌଣସି ପକ୍ଷ ଆଇନ ଅମାନ୍ୟ କରି ଏହି ବିବାହ କାର୍ୟ୍ୟ କରନ୍ତି କିମ୍ବା ଏହି ବାଲ୍ୟବିବାହରେ ସହଯୋଗ କରନ୍ତି ସେମାନଙ୍କ ବିରୁଦ୍ଧରେ ପ୍ରଶାସନ ତରଫରୁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.