ଦକ୍ଷତା କାର୍ଯ୍ୟକ୍ରମରେ ଜିଲ୍ଲାର କୃଷି କର୍ମଚାରୀ ସମ୍ମାନୀତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୃଷି ଓ କୃଷକ ସଶକ୍ତି କରଣ ବିଭାଗ କର୍ମଚାରୀ ମାନଙ୍କୁ ୫ଞ ଅନ୍ତର୍ଗତ ଦକ୍ଷତା କାର୍ୟ୍ୟକ୍ରମ ମାଧ୍ୟମରେ ମୂଲ୍ୟାଙ୍କନ କରି ଶ୍ରେଷ୍ଠ ବିବେଚିତ ଅଧିକାରୀ ମାନଙ୍କୁ ପ୍ରତିମାସରେ ସମ୍ମାନିତ କରାଯିବ । ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କାନଫରେନସିଙ୍ଗ ମାଧ୍ୟମରେ ଦକ୍ଷତା କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ମୋନୀଷା ବାନାର୍ଜୀ ଜିଲ୍ଲାର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରିଥିବା ଉଲୁଣ୍ଡା ବ୍ଲକ ର ସହକାରୀ କୃଷି ଅଧିକାରୀ ସହଦେଵ ସାହୁ, କୃଷି ଅବରସିଅର ଶ୍ରୀମତୀ କଲ୍ୟାଣୀ ପାଣିଗ୍ରାହୀ, ଏବଂ ଭି. ଏଲ. ଡବ୍ଲୁ. ଶ୍ରୀମତୀ ଜୁବୁଲି ଜୟଶ୍ରୀ ବାଗ ଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରତିମାସ ଦକ୍ଷ କର୍ମଚାରୀ ମାନଙ୍କୁ ଏଭଳି ସମ୍ମାନିତ କରି କୃଷି ବିଭାଗକୁ ଆହୁରି କ୍ରିୟାଶୀଳ ଏବଂ କୃଷକ ଉପଯୋଗୀ କରାଯାଇପାରିବ । ଏହି କାର୍ୟ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲାର ସଫଳ କୃଷକ ଓ ଅଧିକାରୀମାନଙ୍କ ସହିତ ବାର୍ତ୍ତା ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିବା ସହ କୃଷକ ସଶକ୍ତି କରଣ ପାଇଁ ଏକ ନୂତନ ଅନ୍-ଲାଇନ୍ ସେବାର ଉଦଘାଟନ କରିଥିଲେ । ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସହକାରୀ କୃଷି ଅଧିକାରୀ ଲଳିତ କୁମାର ସାହୁ, ରମେଶ ଚନ୍ଦ୍ର ଦେହୁରୀ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ନରେନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.