ଭାରତର ସକ୍ରିୟ କରୋନା ମାମଲା ୪.୮୫ ଲକ୍ଷ ତଳକୁ ଖସିଲା

• ଦୈନିକ ଆରୋଗ୍ୟ ମାମଲା ଲଗାତର ଭାବେ ଦୈନିକ ନୂଆ ଆକ୍ରାନ୍ତ ସଂଖ୍ୟାଠାରୁ ଅଧିକ ରହୁଛି

ନୂଆଦିଲ୍ଲୀ, (ପିଆଇବି) : ଭାରତର ସକ୍ରିୟ କରୋନା ମାମଲା ଆଜି ୪,୮୪,୫୪୭ରେ ପହଞ୍ଚିଛି, ଯାହା କି ୫ ଲକ୍ଷ ଅଙ୍କଠାରୁ କମ । ଆଜିକୁ ମିଶାଇ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ କରୋନା ମାମଲା ୫ ଲକ୍ଷ ତଳେ ରହିଆସୁଛି । ମୋଟ କରୋନା ଆକ୍ରାନ୍ତ ମାମଲା ସଂଖ୍ୟାରେ ସକ୍ରିୟ ମାମଲା ମାତ୍ର ୫.୫୫% ରହିଛି ।
ନୂଆ ମାମଲା ସଂଖ୍ୟାଠାରୁ ଆରୋଗ୍ୟ ସଂଖ୍ୟା ଲଗାତର ଭାବେ ଅଧିକ ହେବା ଯୋଗୁ ଏଭଳି ହୋଇପାରିଛି । ମୋଟ ସକ୍ରିୟ ମାମଲା ସଂଖ୍ୟା ଖସାଇବାରେ ଏହା ବିଶେଷ ସହାୟକ ହେଉଛି ।
ଗତ ୨୪ ଘଣ୍ଟାରେ ଦେଶରେ ୪୪,୮୭୯ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୯,୦୭୯ ରୋଗୀ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦୈନିକ ନୂଆ ମାମଲା ତୁଳନାରେ ଦୈନିକ ନୂଆ ଆରୋଗ୍ୟ ସଂଖ୍ୟା ଅଧିକ ହେବାର ଏହି ଧାରା ବଳବତ୍ତର ରହିଛି । ଆଜିକୁ ମିଶାଇ ଲଗାତର ୪୧ ଦିନ ହେଲା ଏହି ଧାରା ଦେଖିବାକୁ ମିଳୁଛି ।
ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୮୧,୧୫,୫୮୦କୁ ବୃଦ୍ଧି ପାଇଛି । ଏହାଦ୍ୱାରା ଆରୋଗ୍ୟ ହାର ୯୨.୯୭%କୁ ବଢ଼ିଛି । ଫଳରେ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ରହୁଥିବା ବ୍ୟବଧାନ ଲଗାତର ବୃଦ୍ଧି ପାଉଛି । ଏବେ ଏହି ବ୍ୟବଧାନ ୭୬,୩୧,୦୩୩କୁ ବଢ଼ିଛି ।
ଦିନକରେ ଆରୋଗ୍ୟ ଲାଭ କରିଥିବା ନୂଆ ରୋଗୀଙ୍କ ମଧ୍ୟରେ ୭୭.୮୩% ୧୦ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି ।
ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ଲୋକ କରୋନା କବଳରୁ ମୁକୁଳିଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୮୦୯ ରୋଗୀ ଆରୋଗ୍ୟ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬,୦୫,୦୬୪କୁ ବୃଦ୍ଧି ପାଇଛି ।
୭୬.୨୫% ନୂଆ କରୋନା ମାମଲା ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି ।
ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୭,୦୫୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପଛକୁ ଥିବା କେରଳରେ ୫,୫୩୭ନୂଆ ମାମଲା ଚିହ୍ନଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ୪,୪୯୬ ନୂଆ ମାମଲା ଦେଖିବାକୁ ମିଳିଛି ।
ଗତ ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ରାନ୍ତ ଯୋଗୁ ୫୪୭ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥିରୁ ପାଖାପାଖି ୮୦% (୭୯.୩୪%) ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଠାବ କରାଯାଇଛି ।
ଦେଶରେ ଦିନକରେ ପ୍ରାଣ ହରାଇଥିବା ନୂଆ କରୋନା ରୋଗୀଙ୍କ ୨୨.୩% ମହାରାଷ୍ଟ୍ରରୁ ରହିଛି । ରାଜ୍ୟରେ ୧୨୨ ନୂଆ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି । ସେହିଭଳି ୨୪ ଘଣ୍ଟାରେ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୧୦୪ ଓ ୫୪ ଲୋକଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.