ଛାତ୍ରନେତା ସୁମନ ନନ୍ଦ ହେଲେ ନୂଆଁପଡା ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଛାତ୍ର ଜନତା ଦଳର ସୁମନ ନନ୍ଦ ରାଜ୍ୟ ସଂପାଦକ ପଦରେ ଥାଇ ରାଜେନ୍ଦ୍ର ୟୁନିଭର୍‌ସିଟି ଓ ଏଠାରେ ଅଧ୍ୟୟନରତ ବାଳକ ବାଳିକାମାନଙ୍କ ବିଭିନ୍ନ ସମସ୍ୟା ଉପରେ କଲେଜ ଓ ଜିଲ୍ଲା କତ୍‌ର୍ତ୍ତୁପକ୍ଷଙ୍କ ଦୃଷ୍ଟିକୁ ଆଣି ସମସ୍ୟାର ସମାଧାନ କରି ଆସୁଥିବା ଦଳ ଓ ଛାତ୍ରମାନଙ୍କ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାକୁ ଲକ୍ଷ କରି ବିଜୁଛାତ୍ର ରାଜ୍ୟ ସଭାପତି ତାଙ୍କୁ ବୌଦ୍ଧ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଉତ୍ତର ଦାୟିତ୍ୱ ଦେଥିଲେ । କିନ୍ତୁ ନୂଆପଡା ଜିଲ୍ଲାରେ ତାଙ୍କର ଦକ୍ଷତା ସୁଉଦପୋୟୋଗ ହୋଇ ପାରିବ ବୋଲି ପରବର୍ତ୍ତୀ ସମୟରେ ତାଙ୍କୁ ନୂଆଁପଡା ଜିଲ୍ଲାରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ନୂଆପଡା ଜିଲ୍ଲା ଦାୟିତ୍ୱ ପାଇବା ପରେ ଶ୍ରୀ ନନ୍ଦ ଜିଲ୍ଲାରେ ଛାତ୍ର ସଂଗଠନକୁ ଆହୁରି ମଜବୁତ କରିବା ସହ ଦଳୀୟ କାର୍ଯ୍ୟକ୍ରମ ମାନଙ୍କରେ ଆହୁରି କ୍ରିୟାଶୀଳ ହେବେ ବୋଲି ମତବ୍ୟକ୍ତ କରିଛନ୍ତି । ସେହିପରି ଶ୍ରୀ ନନ୍ଦଙ୍କୁ ପର୍ଯ୍ୟବେକ୍ଷକ ରୂପେ ପାଇ ନୂଆପଡା ଯୁବକମାନେ ବେଶ ଉତ୍ସାହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

20 + fourteen =