pakka

ସଂଖ୍ୟାଲଘୁଙ୍କ ଆର୍ଥିକ ଓ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ଚେଷ୍ଟିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଏସ୍‌ଟି, ଏସ୍‌ସି ବିକାଶ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପରାମର୍ଶଦାତା ତାହିରା ଖାତୁନ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ପାନପୋଷ ସର୍କିଟ ହାଉସ୍ ଠାରେ ଅବସ୍ଥାନ କରିବା ସହ ବିଭିନ୍ନ ଅଂଚଳ ଗସ୍ତ କରି ବିଭିନ୍ନ ସଂଖ୍ୟାଲଘୁ ଅନୁଷ୍ଠାନକୁ ଯାଇ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିର ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟତଃ ସଂଖ୍ୟାଲଘୁଙ୍କ ତରଫରୁ ଶ୍ରୀମତୀ ଖାତୁନଙ୍କୁ ଇଜାଜ ଅହମ୍ମଦ ଗୁଡୁ, ସମସେର ଅଲ୍ଲୀ ତଥା ସମାଜସେବୀ ସୁରେଶ ଶର୍ମା ପ୍ରମୁଖ ସାକ୍ଷାତ କରି ଶିକ୍ଷା ସ୍ବାସ୍ଥ୍ୟ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ଶର୍ମା ବିଜୁ ସ୍ବାସ୍ଥ୍ୟ ଯୋଜନା ଗରିବଙ୍କ ପାଇଁ ସଂଜିବନୀ ଭଳି କାମ ଦେଉଥିବା ବେଳେ ବାର୍ଷିକ ୪ଲକ୍ଷ ରୁ ୬ ଲକ୍ଷ ଆୟ କରୁଥିବା ଲୋକଙ୍କ ପାଇଁ ଏହା ଲାଗୁ କରିବାପାଇଁ ଅନୁରୋଧ କରିଥିଲେ । ଶ୍ରୀ ମତୀ ଖାତୁନ ପ୍ରତ୍ୟୁତ୍ତରରେ କହିଲେ ଯେ, ରାଜ୍ୟ ସରକାର ସଂଖ୍ୟାଲଘୁଙ୍କ ବିକାଶ ପାଇଁ ସର୍ବଦା ଚେଷ୍ଟିତ । ତେଣୁ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଏହାର ସମାଧାନ କରିବା ପାଇଁ ଚେଷ୍ଟା କରିବେ । ସଂଖ୍ୟାଲଘୁଙ୍କ ତରଫରୁ ମୁନା ବଲାଲ, ସଂଧ୍ୟା ଲାକ୍ରା, ଇଜାଜ ଅହମ୍ମଦ ଗୁଡୁ, ସାମସେର ଅଲ୍ଲୀ, ସମୀମ ଅଖତର, ମହମ୍ମଦ ଟିଙ୍କୁ, ମହମ୍ମଦ ଇମ୍ରାନ, ମୟୁର ଅହମ୍ମଦ, ମହମ୍ମଦ ମେହେଫୁଜ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 5 =