pakka

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଶ୍ରଦ୍ଧାଞ୍ଜଳି

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଯୁବ ସମାଜସେବୀ ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଅଭିଷେକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେକ୍ଟର ୧୬ ଧବଳେଶ୍ୱର ମନ୍ଦିରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ତୃଣମୂଳ କଂଗ୍ରେସର ଦକ୍ଷିଣ ପୂର୍ବ ରେଳବାଇର କେନ୍ଦ୍ରୀୟ ସଂଯୁକ୍ତ ମହାସଚିବ ଜାହାଙ୍ଗିର ହକ୍ ନରେନ୍ଦ୍ର ସିଂ କଲ୍ଲା, ଅଜିତ ନାୟକ, ବିଜୟାନନ୍ଦ ସୁନ୍ଦରରାୟ, ଆଶିଷ ଦାସ, ଆଦିତ୍ୟ ସାମନ୍ତରାୟ, ରାହୁଲ ଜେନା, ସ୍ୱିଟି ମହାନନ୍ଦିଆ, ପ୍ରକାଶ ପାଶୱାନ, ବିଶ୍ୱଜିତ ରାଉତ, ଫାଉଣ୍ଡେସନର ଆଦ୍ୟାଶା ଭୋଜଦେବ, ଆଶୁତୋଷ କୁମାର, ଅମିୟ ପଣ୍ଡା, ଅଦିଲ ମେହେମୁଦ୍, ମହମ୍ମଦ ଅଞ୍ଜୁମ, ଦେବକୀ ମିଶ୍ର, ତନୁଶ୍ରୀ ନାୟକ ଓ ଅଭିଷେକଙ୍କ ପିତା ସରୋଜ ପଟ୍ଟନାୟକ, ମାତା ଇନ୍ଦିରା ପଟ୍ଟନାୟକ ତଥା ଭଉଣୀ ଶ୍ରଦ୍ଧାଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ଅଭିଷେକ ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ସେ ନିଜର ସାମାଜିକ ପ୍ରତିବଦ୍ଧତା ଯୋଗୁଁ ବିଭିନ୍ନ ଅନୁଷ୍ଠାନରେ ସାମିଲ ହୋଇ ସମାଜସେବା କରିଆସୁଥିଲେ ।

Leave A Reply

Your email address will not be published.

19 − 10 =