pakka

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନାଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଭାଗୃହ ପ୍ରାଙ୍ଗଣରେ ଗାଳ୍ପିକ ସୁରେନ୍ଦ୍ର ନାଥ ଜେନାଙ୍କର ପ୍ରଥମ ଗଳ୍ପ ସଙ୍କଳନ “ସୂର୍ୟ୍ୟସ୍ନାତ” ଉନ୍ମୋଚନ ଉତ୍ସବ ଓଡିଶା ସାହିତ୍ୟ ଏକାଡେମିର ସଦସ୍ୟ କଵି ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା (ନାଇଜର) ଭୁବନେଶ୍ଵରର କୁଳସଚିବ ଡ. ଅଭୟ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁସ୍ତକଟିକୁ ଭୂୟସୀ ପ୍ରଶଂସା କରିବା ସହ ସମାଜ ଉପରେ ସାହିତ୍ୟର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ଚିନ୍ମୟ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଓ ରାଉରକେଲା ମହାଵିଦ୍ୟାଳୟର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଉପସ୍ଥିତ ରହି ଗଳ୍ପ ଗୁଡିକର ସମୀକ୍ଷା କରିଥିଲେ । ସଭାପତି ରାଜୀବ ପାଣି ଗୋଟିଏ ଗଳ୍ପ ପାଠକରି ଶ୍ରୋତାମାନଙ୍କୁ ଶୁଣାଇଥିବା ବେଳେ ରାଜକୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରଶ୍ମିବାଳା ରାଉତରାୟ, ଶରତ ଦାସ, ଅଶୋକ ବଳ, ବିଜୟୀନି ଜେନା ସମେତ ସହରର ବହୁ ବିଶିଷ୍ଚ ବ୍ୟକ୍ତି ଵିଶେଷ, ଗାଳ୍ପିକ, ସାହିତ୍ୟ ସାରସ୍ଵତ ସ୍ରଷ୍ଟା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 4 =