pakka

ଓଶ୍ରୁର ଜିଲ୍ଲା ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ

bbehera
  • ସୁରୁଲାଲ ସଭାପତି ଓ ଲୋପନ ମିଶ୍ର ସଂପାଦକ ଭାବେ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଓଡିଶା ସେଲ୍ସ ରିପ୍ରେଜେନ୍‌ଟିଭ୍‌ ବଲାଙ୍ଗିର ଜିଲ୍ଲା ଶାଖାର ୧୭ତମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସଂପାଦକ ସତ୍ୟବ୍ରତ ମହାପାତ୍ର ଯୋଗ ଦେଇ ସଂଗଠନର ମୂଳ ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଆଗାମୀ ଦିନ ଶ୍ରମିକ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ଯୋଗୁଁ ବିଶେଷ କରି ଔଷଧ ଶିଳ୍ପରେ କାମ କରୁଥିବା ମେଡିକାଲ ଓ ସେଲ୍ସ ରିପ୍ରେଜେନ୍‌ଟିଭ୍‌ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଭୁଲ ଶ୍ରମିକ ନୀତି ସବୁବେଳେ ପୁଞ୍ଜିପତି, ମୁନାଫାଖୋରମାନଙ୍କୁ ସୁହାଉଛି । ତେଣୁ ଆଗାମୀ ଦିନରେ ଶ୍ରମିକ ଆନ୍ଦୋଳନରେ ମେଡିକାଲ ରିପ୍ରେଜେନ୍‌ଟିଭ୍‌ ମାନେ ଆଗ ଧାଡିରେ ନେତୃତ୍ୱ ନେବାର ସମୟ ଆସିଛି । ଶ୍ରମିକ ବର୍ଗରେ ମେଡିକାଲ ରିପ୍ରେଜେନ୍‌ଟିଭ୍‌ଙ୍କ ଆନ୍ଦୋଳନ ଦେଶର ସାମୁହିକ ସ୍ୱାର୍ଥ ପାଇଁ ସବୁବେଳେ ଚାଲିଛି । ମେଡିକାଲ ଡିଭାଇସର ଦାମ କମ୍‌ କରିବା ଦାବୀ ହେଉ କି ମେଡିସିନ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଉଚ୍ଛେଦ ଦାବୀ ହେଉ ସବୁ ଥିରେ ମେଡିକାଲ ରିପ୍ରେଜେନ୍‌ଟିଭ୍‌ଙ୍କ ଆନ୍ଦୋଳନ ଆଗରେ ଅଛି । ତା’ ସହ ଦରଦାମ ବୃଦ୍ଧି, ଶ୍ରମିକ ତଥା ସାଧାରଣ ଲୋକଙ୍କ ସାମାଜିକ ସୁରକ୍ଷା, ଚାଷୀଙ୍କୁ ତାଙ୍କ ହକ୍‌ ପ୍ରଦାନ କରିବା ଏ ସବୁ ଜନହିତକର ଦାବୀକୁ ନେଇ କେବଳ ରାଜ୍ୟ ନୁହେଁ ସାରା ଦେଶରେ ମେଡିକାଲ ରିପ୍ରେଜେନ୍‌ଟିଭ୍‌ ମାନେ ଆଗ ଧାଡିର ସଂଗ୍ରାମୀ ଅଟନ୍ତି । ତେଣୁ ଓଶ୍ରୁ ନିଜ ସଂଗ୍ରାମୀ ସାଥୀଙ୍କ ସ୍ୱାର୍ଥ ସହ ଦେଶର ସ୍ୱାର୍ଥ ପାଇଁ ମଧ୍ୟ ଅଗଭର ଅଛି ବୋଲି ସେ କହିଥିଲେ । ରାଜ୍ୟ ଉପସଭାପତି ଅନିରୁଦ୍ଧ ମହାପାତ୍ର ଏବଂ କାର୍ଯ୍ୟକାରିଣୀ ସଦସ୍ୟ ବାପୁନି ସାହୁଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଏ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସଂପାଦକ ସୁରୁଲାଲ ମଟାରୀ ନିଜ ସଂପାଦକୀୟ ବିବରଣୀରେ ସ୍ଥାନୀୟ, ରାଜ୍ୟ ଓ ଜାତୀୟ ତଥା ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଏସବୁ ସଠିକ୍‌ ମୁକାବିଲା ପାଇଁ ଜିଲ୍ଲା ସ୍ତରରୁ ସଭ୍ୟମାନଙ୍କୁ ଆହୁରି ସଂଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ପରେ ପରେ ଜିଲ୍ଲା କୋଷାଧ୍ୟକ୍ଷ ସତ୍ୟନାରାୟଣ ରଥଙ୍କ ତରଫରୁ ବାର୍ଷିକ ଆୟବ୍ୟୟ ବିବରଣୀ ଗୃହିତ କରାଯାଇଥିଲା । ଭାତୃପ୍ରତିମ ସଂଗଠନର ପୁଲିନ ମିଶ୍ର, ପବିତ୍ର ଖୁଣ୍ଟିଆ, ଶରତ ଚନ୍ଦ୍ର ହୋତା ପ୍ରମୁଖ ଶ୍ରମିକ ଏକତାକୁ ନେଇ ଉଦ୍‌ବୋଧନ ଦେଇଥିଲେ । ଶେଷରେ ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା, ଯେଉଁଥିରେ ସଭାପତି ଭାବରେ ସାଥୀ ସୁରୁଲାଲ ମଟାରୀ, ଉପସଭାପତି ଭରତ ଚନ୍ଦ୍ର ଶତପଥି, ଜିଲ୍ଲା ସଂପାଦକ ଭାବରେ ଲୋପନ ମିଶ୍ର, କୋଷାଧ୍ୟକ୍ଷ ଭାବରେ ସତ୍ୟନାରାୟଣ ରଥ, କାଉନସିଲ ସବ୍‌ କମିଟି କନ୍‌ଭେନର ସତାବନ ସାହୁ ଏବଂ ଜିଲ୍ଲା କମିଟି ସଭ୍ୟ ଭାବରେ ସାଥୀ ସୁଶାନ୍ତ କୁମାର ମିଶ୍ର, ସୁନିଲ କୁମାର ପଣ୍ଡା, ସୁଜିତ କୁମାର ପାତ୍ର, ଗିରିଶ କୁମାର ମିଶ୍ର, ମନୁ ରଂଜନ ବେହେରା, ଘନଶ୍ୟାମ ସାହୁ, ସିଦ୍ଧାର୍ଥ ମିଶ୍ର, ରାଜ କିଶୋର ଦ୍ୱିବେଦୀ, ସୁଦିପ୍ତ କୁମାର ନାଇତି ଏବଂ ସାଥୀ ଅଭିଷେକ ପାଣିଗ୍ରାହୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଶେଷରେ କୋଷାଧ୍ୟକ୍ଷ ସତ୍ୟ ନାରାୟଣ ରଥ ଧନ୍ୟବାଦ ଦେବା ସହ ଜିଲ୍ଲା ସମ୍ମିଳନୀ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.

ten − six =