jsm

ସାର କଳାବଜାରୀ ଅଭିଯୋଗ ଆଣିଲେ ଚାଷୀ

csstore

ବରଗଡ, (ମୁନ୍ନା ସାହୁ) : ସୋହେଲା ଓ ଭଟଲି ବ୍ଲକର ଚାଷୀ ମଙ୍ଗଳବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ୟୁରିଆ ସାର ୨୬୬ ଟଙ୍କା ୫୦ ପଇସା ହୋଇଥିବା ବେଳେ ତାହା ବଜାରରେ ୫୦୦ ରୁ ୫୫୦ ଟଙ୍କା ଅଧିକ ଦରରେ ବିକ୍ରି ଚାଲିଛି ଏବଂ ଡିଏପି ସାରର ଦର ୧୩୫୦ ଟଙ୍କା ହୋଇଥିବା ବେଳେ ତାହା ୧୭୦୦, ୧୮୦୦ ଓ ୧୯୦୦ ଚଢ଼ା ଦରରେ ବିକ୍ରି କରାଯାଉଛି ହେଲେ କୃଷି ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ଚାଷୀ ବର୍ତ୍ତମାନ ଚିନ୍ତାରେ ରହିଥିବା ବେଳେ ଏ ଦିଗରେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାସହ ସାରର କଳାବଜାରୀ ରୋକା ନ ଗଲେ ଏବଂ ଉଚିତ ପରିମାଣରେ ଚାଷୀଙ୍କୁ ସାର ନ ମିଳିଲେ ଆଗାମୀ ଦିନରେ ଭୟାଭୟ ଆନ୍ଦୋଳନ ହେବ ବୋଲି ଜୟକିଷାନ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି । ବରଗଡ ରୁ ମୁନ୍ନା ସାହୁ ଙ୍କ ରିପୋର୍ଟ ।

yuvodaya
Leave A Reply

Your email address will not be published.