ବଲାଙ୍ଗିର, (ପିଆଇବି) : ଏକ୍ସନ୍ ମୁଡ୍ ଥି ମୋହନ୍ ସର୍କାର୍ । ଚାଷୀ କେ ଠଁକ୍ଲେ ସିଧା ଜେଲ୍ । ଆଘୋ ଧାନ୍ ଘିନା ଥି ଖୋବ୍ ଗୁନ୍ଦ୍ଲାଗୁପା ରହିଥିଲା । ହେତିର୍ ଲାଗି ନୂଆଁ ସର୍କାର୍ ତାୱଡ୍ତୋଡ୍ ପଦକ୍ଷେପ ନେବାର୍ କେ ଅଁଟା ବର୍କସ୍ କରିଛନ୍ । ପୁରାପୁରି ସ୍ୱଚ୍ଛତା ଅବଲମ୍ବନ୍ କରାଯିବା ଧାନ୍ ଘିନା ଥି । କଟ୍ନି ଛଟ୍ନି ନେଇଁଚଲେ । ଧାନ୍ ଘିନା ଥି ଗଡ୍ବଡ୍ କଲେ କାହାକେ ଛଡ଼ା ନେଇଁଯାଏ । ଚାଷୀମାନ୍କୁ ଠଁକ୍ଲେ ସିଧା ଜେଲ୍ ଯିବେ । ୭୧ତମ ଅଖିଳ ଭାରତ ସମବାୟ ସପ୍ତାହ ପାଳନ ଉତ୍ସବ ଥି ଏନ୍ତା ରୋକ୍ଠୋକ୍ ଚେତାବନୀ ଦେଇଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍, ଆର୍ ହପ୍ତେ ଉତ୍ରୁ ଧାନ୍ ଘିନା ମୂଲ୍ ହେବା । ଇତାର୍ ପୂରା ଦାୟିତ୍ୱ ଦିଆହେଇଛେ ସମବାୟ ବିଭାଗ୍ କେ । ଇ’ ଖେପି ସମବାୟ ବିଭାଗ ଅଧୀନ ଥି ଥିବାର୍ ପ୍ରାଥମିକ୍ କୃଷି ସମବାୟ ସମିତି ଆର୍ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି ସବୁ ରାଜ୍ୟ ଥି ୪ ହଜାର୍ ନୁଁ ଅଏଧ୍କା ଧାନ୍ ସଂଗ୍ରହ କେନ୍ଦ୍ର ଥି ଧାନ୍ ଘିନା ହେବା । ଚାଷୀ ମାନେ ଯେନ୍ତା ସହଜ୍ ଆର୍ ସ୍ୱଚ୍ଛ ଭାବେ ଚାଷୀମାନେ ସେମାନ୍କର୍ କଷ୍ଟ ଅର୍ଜିତ୍ ଧାନ୍ ବିନା କଟ୍ନି ଛଟ୍ନି ଥି ସର୍କାର୍ଙ୍କର୍ ଠାନେ ବିକି ପାର୍ବେ ସେଥିର୍ ଉପରେ ଧ୍ୟାନ୍ ଦେବାର୍ କେ କୁହାଯାଇଛେ । ଚାଷୀମାନ୍କୁ ହଏରାନ୍ କଲେ ସିଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ଦେଖ୍ବାର୍କେ ମିଲୁଛେ, ଚାଷୀମାନ୍କର୍ ଧାନ୍ ଘିନା କେ ନେଇକରି ସର୍କାର୍ ଖୋବ୍ ନଜର୍ ରଖିଛନ୍ । ମିଲିଥିବାର୍ ସୂଚ୍ନା ଅନୁସାରେ ଆସ୍ବାର୍ ୨୦ ତାରିଖ୍ ଠାନୁ ବର୍ଗଡ଼ ଜିଲ୍ଲା ନୁଁ ଧାନ୍ ସଂଗ୍ରହ କାମ୍ ମୂଲ୍ ହେବା । ୨୨ ତାରିଖ ଦିନେ ସମ୍ବଲପୁର ଆର୍ ଇତାର୍ ଉତ୍ରୁ ସବୁ ଜିଲ୍ଲା ନେ ଧାନ୍ ଘିନା ମୂଲ୍ ହେବା । ନଭେମ୍ବର ୨୦ ନୁଁ ଡିସେମ୍ବର ୭ ତାରିଖ ଭିତ୍ରେ ଧାନର୍ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ୍ ପିଛା ୨୩ ଶହ ଟଙ୍କା ଦିଆଯିବା । ଡିସେମ୍ବର ୮ ତାରିଖ ଦିନେ ବରଗଡ଼ ଜିଲ୍ଲା ସୋହେଲା ଠାନେ ଗୁଟେ ରାଜ୍ୟସ୍ତରୀୟ କୃଷକ ସମାବେଶ ଆୟୋଜନ କରି ମୁଖ୍ୟମନ୍ତ୍ରୀ କୃଷକ ମାନ୍କୁ ଧାନର୍ କୁଇଂଟାଲ୍ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କର୍ବେ । ଫେର୍ କ୍ଷୁଦ୍ର ଆର୍ ନାମମାତ୍ର ଚାଷୀଙ୍କର୍ ସୁବିଧାର୍ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ ସର୍କାର୍ । ରାଜ୍ୟ ଥି ନୂଆଁ ସରକାର୍ଙ୍କର ନୂଆଁ ନୀତି ଚାଷୀ ମାନ୍କୁ କେତେ ସମ୍ମାନ ଦେଇପାରୁଛେ, କେତେ ସୁବିଧା ସୁଯୋଗ ଯୋଗେଇ ଦେଇ ପାରୁଛେ, ସେ ଦିଗ୍କେ ଟାକିଛନ୍ ରାଜ୍ୟର ସବୁ ଚାଷୀ ଭାଏବହେନ୍ ମାନେ ।