centurian jitm

ବଲାଙ୍ଗିର ଚମ୍ପିୟାନ ଲିଗ୍‌

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଜାଲିଥିବା ଚମ୍ପିୟାନ ଲିଗ୍‌ର ଅଷ୍ଟମ ଦିବସର ପ୍ରଥମ ମ୍ୟାଚଟି ଟିମ୍‌ ଲାୟନ ଓ ଆବ୍ରାହମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିମ୍‌ ଲାୟନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୪୧ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ କୁଲଦୀପ ସୁନା ସର୍ବାଧିକ ୫୫ ରନ୍‌ ସଂଗ୍ରହ କରିଥିଲେ । ଆବ୍ରାହ୍ମ ଦଳ ତରଫରୁ ସଫଳ ବୋଲର ଭାବରେ ସୁମନ ନନ୍ଦ ୩ ଗୋଟି ଓ ସୁରେଶ ନାଗ ୨ ଗୋଟି ୱିକେଟ ନେଇଥିଲେ । ଏହାର ଜବାବରେ ଆବ୍ରାହମ ଦଳ ଟୁନା ମିଶ୍ରଙ୍କ ୭୧ ରନ୍‌ ଓ ଆର୍ୟନ ଦାନିଙ୍କ ୨୪ ରନ୍‌ ସହାୟତାରେ ୧୪୨ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ଆଜିର ମ୍ୟାଚରେ ଟୁନା ମିଶ୍ରଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚଟି ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ବିସିଏଲ୍‌ ସଂପାଦକ ବନାମ ବିସିଏଲ୍‌ ସଭାପତି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଭାପତି ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭର ରେ ୧୪୦ ରନ୍‌ ସଂଗ୍ରହ କରିଥିଲେ । ଗଗନ ମିଶ୍ର ସର୍ବାଧିକ ୪୮ ରନ୍‌ ସଂଗ୍ରହ କରିଥିଲେ । ସଂପାଦକ ଦଳ ତରଫରୁ ସଫଳ ବୋଲର ଭାବରେ ବିକ୍ରମ ପାତ୍ର ଓ ବିରେନ୍ଦ୍ର ମହାରଣା ଉଭୟେ ୨ ଗୋଟି ଲେଖାଏଁ ୱିକେଟ ନେଇଥିଲେ । ୧୪୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ସଂପାଦକ ଦଳ ୧୩.୪ ଓଭର ରେ ଆବଶ୍ୟକ ୧୪୧ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ସଂପାଦକ ଦଳ ତରଫରୁ ବିରେନ୍ଦ୍ର ମହାରଣା ସର୍ବାଧିକ ୫୦ ରନ୍‌ ଓ ତାପସ ମହାନ୍ତି ୩୨ ରନ୍‌ ସଂଗ୍ରହ କରିଥିଲେ । ଆଜିର ବନ୍ଧତ୍ୱପୂର୍ଣ୍ଣ ମ୍ୟାଚରେ ବିରେନ୍ଦ୍ର ମହାରଣାଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଭବାନୀ ଶଙ୍କର ମହାନନ୍ଦ ଭାଷ୍ୟକାର ଦାୟିତ୍ୱ ତୁଳାଇଥିଲେ । ଆଜିର ଉଭୟ ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ । ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଜୟନାରାୟଣ ବହିଦାର ଓ ଜଶୱନ୍ତ ସିଂ ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା କାଲି ତୁଷାର ରୟାଲ କିଙ୍ଗ ବନାମ ଆମ୍ବେଦକର ୱାରିୟର୍ସ ମଧ୍ୟରେ ଗ୍ରାଣ୍ଡ ଫାଇନ ମ୍ୟାଚ ଦିବା ଘ.୧.୦୦ ସମୟରେ ଅନୁଷ୍ଠିତ ହେବ ବୋଲି ବିସିଏଲ୍‌ କମିଟି ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.