centurian jitm

ରାଇସ୍‌ମିଲ୍‌ ମାଲିକଙ୍କ ଅବହେଳା ଯୋଗୁଁ ଚାଲିଗଲା ୧୨ ବର୍ଷର କୁନି ପିଲାର ଜୀବନ

nschool

ବରଗଡ, (ମୁନ୍ନା ସାହୁ ) : ରାଇସ୍‌ମିଲ୍‌ ମାଲିକଙ୍କ ଅବହେଳା ଯୋଗୁଁ ଗୁରୁତର ଭାବେ ପୋଡ଼ି ହୋଇ ଚାଲିଗଲା ୧୨ ବର୍ଷର କୁନି ପିଲାର ଜୀବନ । ବେଆଇନ ଭାବେ ରାଇସ୍‌ମିଲର ଉତ୍ତପ୍ତ ରାଖଡ଼ ରାସ୍ତା କଡରେ ପକାଇବା କାରଣରୁ କୁନି ପିଲାର ଚାଲିଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଭେଡେନ ଥାନା ଅନ୍ତର୍ଗତ ମହୁଲେ ଗ୍ରାମରେ । ସୂଚନା ଯୋଗ୍ୟ ଯେ ଝାଇଁଯୋର ରାସ୍ତାକଡରେ ବେଆଇନ ଭାବେ ରାଇସ୍‌ମିଲ୍‌ ଗରମ ରାଖଡ଼ ପକାଇଥିଲା । ତେବେ ଅନ୍ୟପଟେ ପ୍ରତ୍ୟୁଷ(୧୨) ସାଇକେଲରେ ଝାଇଁଜୋରକୁ ଗାଧୋଇବାକୁ ଯାଉଥିବା ସମୟରେ ରାଇସ୍‌ମିଲ୍‌ ଦ୍ୱାରା ପକାଯାଇଥିବା ସେହି ଗରମ ରାଖଡ଼ ଉପରେ ପ୍ରତ୍ୟୁଷ ପଡିଯାଇଥିବାରୁ ତାଙ୍କ ଦୁଇ ଗୋଡ଼ ଓ ହାତ ପୋଡ଼ି ଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ହସ୍ପିଟାଲକୁ ନେଇଥିଲେ । ପରେ ବୁର୍ଲାରେ ତାଙ୍କ ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ଗତ ୯ ତାରିଖରେ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା । କିନ୍ତୁ ବହୁ କଷ୍ଟ ପାଇବା ପରେ ଶେଷରେ କୁନି ପ୍ରତ୍ୟୁଷ ଆଖିବୁଜିଛନ୍ତି । ବାପା ଗରିବ ହୋଇଥିବାରୁ ଉଚ୍ଚ ଚିକିତ୍ସା କରିପାରିନଥିଲେ ଏବଂ ରାଇସ୍‌ମିଲ୍‌ ମାଲିକଙ୍କ ଅବହେଳା ଯୋଗୁଁ ଗରିବ ପରିବାରର ନିଷ୍ପାପ କୁନି ପ୍ରତ୍ୟୁଷଙ୍କ ଜୀବନ ଚାଲିଗଲା । ରାଇସ୍‌ମିଲ୍‌ ମାଲିକ ଚାହିଁଥିଲେ ମଣିଷତ୍ୱ ଦୃଷ୍ଟିରୁ ରାଉରକେଲା ସ୍ଥିତ ବର୍ଣ୍ଣ ୟୁନିଟ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା କରାଇ ପାରିଥାନ୍ତେ କିମ୍ବା ଅନ୍ୟ କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥାନ୍ତେ, କିନ୍ତୁ ତାହା କଲେ ନାହିଁ । ହୁଏ ତ ଏହି ଘଟଣାକୁ ରାଇସ୍‌ମିଲ୍‌ ମାଲିକ ଏକ ମାମୁଲି ଦୁର୍ଘଟଣା ହିସାବରେ ନେଉଛନ୍ତି ମାତ୍ର ଯେଉଁ ପରିବାର ନିଜ ସନ୍ତାନକୁ ହରାଇଛି କ’ଣ ସେହି ଅପୂରଣୀୟ କ୍ଷତିକୁ ମିଲ ମାଲିକ ପୂରଣ କରିପାରିବେ ? ଏହି ମାମଲାରେ ରାଇସ୍‌ମିଲ୍‌ ମାଲିକଙ୍କ ଉପରେ ବିଏନ୍‌ଏସ୍‌ ଧାରା ୧୦୬, ୧୨୫, ୧୩୧ ଓ ୨୮୧ ଅନୁଯାୟୀ ଅଭିଯୋଗ ଦାଖଲ ହେବା ଉଚିତ୍‌ । ଏହି ଧାରାଗୁଡିକ ଅନୁଯାୟୀ ମିଲ୍‌ ମାଲିକଙ୍କୁ କମ୍‌ ସେ କମ୍‌ ୫ ବର୍ଷ ପର୍ୟ୍ୟନ୍ତ କାରାଦଣ୍ଡ ଓ ଅର୍ଥଦଣ୍ଡ ଦିଆଯିବାର ଦଣ୍ଡ ବିଧାନ ରହିଛି । ପରିବାର ଲୋକଙ୍କୁ ପଚରାଯିବାରୁ କାଳେଶ୍ଵର ମିଲ୍‌ବାଲା ରାଖଡ଼ ପକାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.