oom

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ୪ ଅଭିଯୁକ୍ତ କୋର୍ଟ ଚାଲାଣ

jsmm

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡ଼ିଆ ବାର୍ତା ୱେବ ପୋର୍ଟାଲ ପାଇଁ କାର୍ୟରତ ଥିବା ଜଣେ ପ୍ରତିନିଧିଙ୍କୁ ଖବର ସଂଗ୍ରହ କରି ଘରକୁ ଫେରୁଥିବା ସମୟରେ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ସାମ୍ବାଦିକ ଜଣକ କୋକସରା ଥାନାରେ ଅଭିଯୋଗ କରିଥିଲେ । ୱେବ ପୋର୍ଟାଲର ସାମ୍ବାଦିକ ହିରଣ୍ୟ ବେହେରା କୋକସରାରୁ ଖବର ସଂଗ୍ରହ କରି ଶନିବାର ନିଜ ଗାଁ କୁସୁମଖୁଣ୍ଟି ଫେରୁଥିବା ସମୟରେ କୁସୁମଖୁଣ୍ଟି ଛକ ନିକଟରେ କିଛି ଯୁବକ ଗଣ୍ଡଗୋଳ କରୁଥିବା ସମୟରେ ସାମ୍ବାଦିକ ବାରଣ କରିବାରୁ ଏଥିରେ ଉତ୍ୟକ୍ତ ହୋଇ ସଙ୍ଗବଦ୍ଧ ହୋଇ ଆକ୍ରମଣ କରିଥିଲେ । ପରେ ସାମ୍ବାଦିକ ଜଣକ କୌଣସି ପ୍ରକାରେ ନିଜର ଜୀବନ ବଞ୍ଚାଇ କୋକସରା ଥାନାରେ ଆସି ଅଭିଯୋଗ କରିଥିଲେ ଅଭିଯୋଗ ପରେ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇ ମାଡ଼ ମାରିଥିବା ୪ ଜଣଙ୍କୁ ଅଟକ ରଖିବା ସହ ରବିବାର ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । କୋକସରା ଥାନା କେଶ ନମ୍ବର ୩/୨୧ ରୁଜୁ କରି ୪ ଅଭିଯୁକ୍ତ ଭୀମ ଲହଜଲ(୬୦), କାଳିଆ ଲହଜଲ(୩୫), ପୁସ୍ତମ ଲହଜଲ(୨୮), ଡାକେଶ୍ୱର ଲହଜଲ(୨୬)ଙ୍କୁ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୁଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.