pakka

ଶିବତଲା ପେକ୍ସ ଡାଟା ଏନ୍‌ଟ୍ରି ଅପରେଟର ଓ ଇନ୍‌ଚାର୍ଜ ସେକ୍ରେଟାରୀ ୮ ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡ଼ିଲେ ଭିଜିଲାନ୍ସ ହାତରେ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅଧୀନସ୍ଥ ଶିବତଲା ପେକ୍ସର ପେକ୍ସ ଡାଟା ଏନ୍‌ଟ୍ରି ଅପରେଟର ଦେବେନ୍ଦ୍ର ନାଏକ ଓ ଇନ୍‌ଚାର୍ଜ ସେକ୍ରେଟାରୀ କୁନା ନାଏକ ଆଜି ୮ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ପେକ୍ସରେ ଧାନ ବିକ୍ରି ଜଣେ ଚାଷୀଙ୍କଠାରୁ ଲାଂଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ ବିଭାଗ । ଦୁଇ ଅଭିଯୁକ୍ତଙ୍କୁ ଗିରଫ୍‌ କରି ଭିଜିଲାନ୍ସ କୋର୍ଟରେ ହାଜର୍‌ କରାଯାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

5 × 1 =