jsm

ରେଳ ଧାରଣାରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୂର୍ବତଟ ରେଳପଥ ଅନ୍ତର୍ଗତ ଡେଲାଙ୍ଗ ରେଳ ଷ୍ଟେସନ ଅପ ଲାଇନ ୪୭୦/୩୧-୩୩ ରେଳଧାରଣା ନିକଟରୁ ଜନୈକ ବୃଦ୍ଧଙ୍କ ମୃତଦେହକୁ ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ରେଳ ଷ୍ଟେସନ ପରିସର ରେଳ ଧାରଣାରେ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବା ନେଇ ଷ୍ଟେସନ ଅଧୀକ୍ଷକଙ୍କଠାରୁ ଲିଖିତ ରିପୋର୍ଟ ପାଇ ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଏଏସ୍‌ଆଇ ରମେଶ ଦାଶ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରିଥିଲେ । ତେବେ ମୃତ ବୃଦ୍ଧ ଜଣକ ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ପଞ୍ଚାୟତ ଅଧିନ ପଞ୍ଚୁପଲ୍ଲା ଗ୍ରାମର ବଳଭଦ୍ର ରାଉତରାୟ(୭୦)ବୋଲି ପରିଚୟ ମିଳିଥିବା ନେଇ ଜିଆରପି ପକ୍ଷରୁ ସୂଚନା ମିଳିଛି ।ଫାଣ୍ଡି ଅଧିକାରୀ ଶବକୁ ରେଳ ଧାରଣାରୁ ଉଦ୍ଧାର କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ସାକ୍ଷୀଗୋପାଳ ଜିଆରପି ଫାଣ୍ଡିରେ ୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ନେଇ ଜିଆରପି ଫାଣ୍ଡି ଅଧିକାରୀ ରମେଶ ଦାଶ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.