jsm

ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢଉ : ମହୁଲି ମଦ ଓ ପୋଚ ସହ ୨ ଜଣ ଗିରଫ

csstore

ବଣାଇଁ : ବଣାଇଁ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ତୋଡ଼ା ଗ୍ରାମରେ ଦେଶୀ ମହୁଲି ମଦ ଚୋରା କାରବାର ଚାଲୁଥିବା ବେଳେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢଉରେ ଦୁଇ ଜଣଙ୍କୁ ଗିରଫ ସହିତ ଦେଶୀ ମହୁଲି ମଦ ୧୧୫ ଲିଟର, ମହୁଲପୋଚ ୯୦୦ କେଜି ସହିତ ମଦ ରନ୍ଧା ସାମଗ୍ରୀ ଆଦି ଜବତ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଜସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ଆଜି ତୋଡ଼ା, ମାଲଦା, ରେଗୁଆ, ଆଦି ଗ୍ରାମରେ ଚୋରା ଦେଶୀ ମଦ କାରବାର କରୁଥିବା ସମୟରେ ଅତର୍କିତ ଚଢାଉ କରି ତୋଡ଼ା ଗ୍ରାମର ଦୁଇଜଣଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ ତାଙ୍କ ଠାରୁ ଦେଶୀ ମଦ ୧୧୫ ଲିଟର ଓ ୯୦୦ କେଜି ମହୁଲପୋଚ ଜବତ କରାଯାଇଛି । ଏହି ଚଢାଉ ବେଳେ କୋଇଡ଼ା ଥାନା ଅଧିକାରୀ ମନହୋର ପ୍ରଧାନ, ରାଉରକେଲା ମୋବାଇଲ ସ୍କ୍ୱାଡ ଆଇଆଇସି ସୋମନାଥ ବାଗ, ସବଇନ୍ସପେକ୍ଟର ଅର୍ଜୁନ ମଲ୍ଲିକ, ବଣାଇଁ ଅବକାରୀ ବିଭାଗର ଅଧିକାରୀ ଯୁଗଲ କିଶୋର ନାଏକ, ସବଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକ, ଏଏସଆଇ ଅବଦୁଲ ଅନୱର, ସୁରୁ ଓରାମ, ବିକାଶ ରଞ୍ଜନ ମାହାନ୍ତ, ବିବେକାନନ୍ଦ ସୁତାର, କୁମାରୀ ପ୍ରଧାନ, ଘନଶ୍ୟାମ ମାହାନ୍ତ, ରିପା ପାତ୍ର, ରଜନୀ ବେହେରା, ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.