csstore

ବଲିଉଡ ଆର୍ଟ ଡାଇରେକ୍ଟର ମାରୁତିରାଓ ଭି କାଲେଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଆର୍ଟ ଡାଇରେକ୍ଟର ମାରୁତିରାଓ ଭି କାଲେ ଆଉ ନାହାନ୍ତି । ତାଙ୍କ ପାଇଁ ଶତାଧିକ ଚଳଚ୍ଚିତ୍ର ସୁପର ହିଟ୍ ହୋଇଥିଲା । ସୌଦାଗର, ଡିସ୍କୋ ଡାନ୍ସର୍ ପରି ଅନେକ ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ମାରୁତିରାଓ ଭି କାଲେ ଚାଲିଗଲେ । ସୂଚନା ଅନୁସାରେ ମାରୁତିରାଓ କାଲେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନାରେ କୁହାଯାଇଛି । ସେ ୧୯୬୦ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ମୋଗଲ-ଏ-ଆଜମ’ ପାଇଁ ମଧ୍ୟ କାମ କରିଥିଲେ । ସେ ‘ଇମାନ ଧରମ’, ‘ଡିସ୍କୋ ଡ୍ୟାନ୍ସର’, ‘କସମ ପୈଦା କରନେୱାଲେ କି’, ‘ଡ୍ୟାନ୍ସ ଡ୍ୟାନ୍ସ’, ‘କମାଣ୍ଡୋ’, ‘ଅଜୁବା’, ‘ସୌଦାଗର’ ଭଳି ବଡ ବଡ ତଥା ସୁପର୍‌ ହିଟ୍ ଚଳଚ୍ଚିତ୍ର ପାଇଁ ମାରୁତିରାଓ ଭି କାଲେ କାମ କରିଥିବା ବେଳେ ଶତାଧିକ ହିନ୍ଦୀ ସିନେମାର କଳା ନିର୍ଦ୍ଦେଶକ ଭାବରେ ସେ କାର୍ୟ୍ୟ କରିଥିଲେ।

jayashree
Leave A Reply

Your email address will not be published.