csstore

ଓଡିଶା ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ଚୁନା ଯନ୍ତ୍ର ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ମିଲେଟ ମିଶନ, ଆତ୍ମା ବଲାଙ୍ଗିର, ମିଶନ ଶକ୍ତି ଏବଂ ୱ।ଇ.ସି.ଡ଼ି.ଏ ଅନୁଷ୍ଠାନର ମିଳିତ ସହଭାଗୀତାରେ ଖପ୍ରାଖୋଲ ବ୍ଲକର ଜୟ ଶ୍ରୀରାମ ସ୍ୱୟଂ ସହାୟିକା ଦଳ ନାନ୍ଦୁପଲ ଏବଂ ମାଁ ଅମ୍ବିକା ସ୍ୱୟଂସହାୟିକା ଦଳ ଘୂନସର, ଦୁଇ ସ୍ୱୟଂସହାୟିକା ଦଲର ଆର୍ଥିକ ଉନ୍ନତି ନିମନ୍ତେ ମାଣ୍ଡିଆ ଚୁନା ଯନ୍ତ୍ର ବଣ୍ଟନ କରାଯାଇଥିଲା । ଯାହା ଦ୍ୱାର ମାଣ୍ଡିଆ ଚୁନା ପ୍ରସ୍ତୁତ କରି ଆର୍ଥିକ ଉନ୍ନତି ସହ ଅର୍ଥିକ ନିର୍ଭରଶୀଳ ହୋଇପାରିବେ ଦଳର ମାଆମାନେ । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ବିଡ଼ିଓ ତରାଣୀ ସୁନା, ଖପ୍ରାଖୋଲ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ୱ।ଇ.ସି.ଡି.ଏ ବ୍ଲକ ସଂଯୋଜକ ହେମବନ୍ତି, ନନ୍ଦନ ବେହେରା, ଉମେଶ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.