କର୍କଟ ରୋଗୀ ଓ ପୂର୍ଣ୍ଣାଙ୍ଗ ସ୍ଵାସ୍ଥ୍ୟସେବା ମଧ୍ୟରେ ବ୍ୟବଧାନ ହ୍ରାସ ଉପରେ ଗୁରୁତ୍ଵ

  • ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ସ୍ଵାସ୍ଥ୍ୟ ତାଲିମ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ପାଳିତ ହୋଇଯାଇଛି । କର୍କଟ ରୋଗୀ ଓ ପୂର୍ଣ୍ଣାଙ୍ଗ ସ୍ଵାସ୍ଥ୍ୟସେବା ମଧ୍ୟରେ ବ୍ୟବଧାନ ହ୍ରାସ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିବା ସାମ୍ପ୍ରତିକ ସମୟର ଆହ୍ଵାନ ବୋଲି ଏହି ଅବସରରେ ଡାକ୍ତର ପତି ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ପ୍ରମୁଖ ମଂଚାସୀନ ହୋଇ କର୍କଟର କାରଣ ଓ ନିରାକରଣ ଉପରେ ବିଶେଷ ଆଲୋଚନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଅସିଷ୍ଟାଣ୍ଟ ମେନେଜର ଏନ୍‌ସିଡି ଗୀତାଞ୍ଜଳି ମେହେର ଆୟୋଜନରେ ସହଯୋଗ କରିଥିଲେ । ଏହି ପାଳନୋତ୍ସବରେ ବିଭିନ୍ନ ବ୍ଲକରୁ ସିଏଚ୍‌ଓମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

11 + seven =