pakka

ୱାର୍ଡ ସଭ୍ୟ ସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ତଥା ପାନୀୟ ଜଳ ବିଭାଗ, ଓଡିଶା ସରକାର ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟ ଠାରେ ଲୋଇସିଂହା ଓ ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର, ବୁଦୁଲା, କୁଶଙ୍ଗ, ଡୁଙ୍ଗୁରିପାଲି, ବାଦୀବାହାଲ ଗ୍ରାମ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲିମଦାତା ଗଣ ପଂଚାୟତିରାଜ ବ୍ୟବସ୍ଥାର ସମସ୍ତ ଦିଗ ଉପରେ ଆଲୋକପାତ କରିବା ସହିତ ଉପଯୁକ୍ତ ଦିଗଦର୍ଶନ ଦେଇଥିଲେ । ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରି ପଞ୍ଚାୟତ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିଥିଲେ । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ ଶିବିର ପରିଚାଳନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ରମେଶ ପଧାନ, ପ୍ରଶାନ୍ତ କୁଅଁର, ରଞ୍ଜନ ମହାଲିଙ୍ଗ, ପିଣ୍ଟୁ ପଧାନ, ଆଶିଷ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × four =