csstore

ବାଲିଗୁଡାରେ ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଗଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ଏବଂ ଜନ ବହୁଳ ନୂଆସାହିରେ ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଗଠିତ । କଳା ସଂସ୍କୃତି ସଂଗଠନ ଏକତା ପାଇଁ ବାଲିଗୁଡା ନୂଆସାହି ଜିଲ୍ଲାରେ ଗର୍ବ ଓ ଗୌରବ ଆଣୁଥିଲା । କିଛିଦିନ ହେବ ବିଭିନ୍ନ କାରଣରୁ ଏହା ବିଲୁପ୍ତ ହେବାକୁ ବସିଥିବା ବେଳେ ଗ୍ରାମ୍ୟ କମିଟିର ନିଷ୍ପତ୍ତି କ୍ରମେ କଳା ସଂସ୍କୃତି ଏକତା ବଜାୟ ରଖିବା ପାଇଁ ନୂତନ ଭାବେ ସଂକୀର୍ତ୍ତନ ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା ଏବଂ ଉପ ଅଧିକାରୀ ଭାବେ ଜଗନ୍ନାଥ ବିଶୋଇଙ୍କୁ ଦାୟିତ୍ୱ ଅର୍ପଣ କରିଛି ଗ୍ରାମ୍ୟ କମିଟି । ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା ଏବଂ ଜଗନ୍ନାଥ ବିଶୋଇଙ୍କ ନେତୃତ୍ୱରେ ମହିଳା ଏବଂ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଗଠନ ହୋଇଛି । ବାଲିଗୁଡା ନୁଆସାହିର ଆରାଧ୍ୟ୍ୟ ଦେବୀ ମା’ ଦୁର୍ଗାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆଖଡ଼ା ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ କମିଟିର ସଭାପତି ଲଳିତ ପାତ୍ର, ସମ୍ପାଦକ ଗଙ୍ଗାଧର ଭୋଇ ଉପସ୍ଥିତ ରହି ବରିଷ୍ଠ କଳାକାର ତଥା ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର ପୂର୍ବତନ ଅଧିକାରୀ ଗୋପବନ୍ଧୁ ବିଶୋଇ, ଗାୟକ ମହେଶ୍ୱର ପାତ୍ର, ରବିସିଂ ପାତ୍ର, ରଂଜିତ ଗିରି, ବାମଦେବ ନାୟକ ଏବଂ ଶରତ ମୁଖିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ । ନୂଆସାହିର ବହୁ ଯୁବକ ଯୁବତୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ନୂତନ ଅଧିକାରୀର ନେତୃତ୍ୱରେ ପୂର୍ବ ଗୌରବ କଳା ସଂସ୍କୃତି ଏକତା ଫେରି ଆସିବ ବୋଲି ଗ୍ରାମ୍ୟ କମିଟି ଆଶାବାଦୀ ଅଛନ୍ତି ।

jayashree
Leave A Reply

Your email address will not be published.