pakka

ସୁବର୍ଣ୍ଣପୁରରେ ଶ୍ରମମନ୍ତ୍ରୀଙ୍କ ସମୀକ୍ଷା ବୈଠକ

  • ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟର ସମୀକ୍ଷା କରିଥିଲେ । ମନ୍ତ୍ରୀଙ୍କ ସହିତ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ଵର ଖାକା ନିଜ ବିଭାଗର କାର୍ଯ୍ୟାବଳି ଏବଂ ଉପଲବ୍ଧିତାର ପାୱାର ପଏଣ୍ଟ ରିପ୍ରେଜେଣ୍ଟେସନ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨୧୯୪୩ ଜଣ ଶ୍ରମିକ ପଞ୍ଜିକରଣ କରିଛନ୍ତି । ବର୍ତ୍ତମାନ ଆଉ ଶ୍ରମିକମାନଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ଆସିବାକୁ ପଡୁନାହିଁ ଏବଂ ସେମାନେ ନିଜ ଘର ପାଖରେ ଇ ଶ୍ରମିକ ପୋର୍ଟାଲ୍ ମାଧ୍ୟମରେ ସୁବିଧାରେ ନିଜ ନାମ ପଞ୍ଜିକୃତ କରିବା ସହିତ ବିଭିନ୍ନ ସହାୟତା ପାଇଁ ଆବେଦନ କରିପାରିବେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଶ୍ରମିକମାନଙ୍କ ମଧ୍ୟରୁ ୧୭୯୯ ଜଣ ଶିକ୍ଷା, ୨୪୪୪ ଜଣ ବିବାହ, ୫୯୩ ଜଣ ମାତୃତ୍ୱ, ୨୪୪୪ ଜଣ ସାଇକଲ୍, ୧୪୨୪୦ ଜଣ କାର୍ମିକ ଟୁଲ, ୧୭୯୯ ଜଣ ନିରାପଦ ଟୁଲ, ୫୯୩ ଜଣ ମୃତ୍ୟୁ ପରବର୍ତ୍ତୀ ସହାୟତା ପାଇଛନ୍ତି । ମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କ ନାଜ୍ୟ ପ୍ରାପ୍ୟ ଅତିଶୀଘ୍ର ପ୍ରଦାନ କରିବା ସହିତ ପ୍ରତି ପଞ୍ଚାୟତ ଏବଂ ବ୍ଲକ ମାଧ୍ୟମରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ପଦ୍ମନାଭ ବେହେରା କହିଲେ ଯେ, କେବଳ ଇ ରେଜିଷ୍ଟ୍ରେସନ୍ ଉପରେ ଭରସା ନକରି ଶ୍ରମ ବିଭାଗ ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସଚେତନ କରୁ । ଅତିରିକ୍ତ ଜିଲ୍ଲାପାଳ ମାର୍ଚ୍ଚ ଶେଷ ସୁଦ୍ଧା ହିତାଧିକାରୀ ମାନେ ବିଗତ ବର୍ଷର ସମସ୍ତ ସୁବିଧା ଯେମିତି ପାଇପାରିବେ ସେଥିପ୍ରତି ଶ୍ରମ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଆଲୋଚନାରେ ବଲାଙ୍ଗିର ସୁବର୍ଣ୍ଣପୁର ଫ୍ୟାକ୍ଟ୍ରି ଓ ବ୍ରୋଏଲର ଉପନିର୍ଦ୍ଦେଶକ ବିବେକାନନ୍ଦ ନାୟକ, ଇଏସ୍‌ଆଇ ଡାକ୍ତର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ମ୍ୟାନେଜର, ଆସିଷ୍ଟାଣ୍ଟ କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ସଭାରେ ଉପସ୍ଥିତ ଥିଲେ । ସୂଚନା ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ ଏବଂ ଉପ ଶ୍ରମ ଅଧିକାରୀ ସବିତା କୁମାରୀ ନାଏକ, ଶ୍ରମ କାର୍ଯ୍ୟାଳୟର ସୁଚିସ୍ମିତା ପାତ୍ର ଏବଂ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

15 + 2 =