pakka

ବୃକ୍ଷ ରୋପଣ ପାଇଁ ନିଆରା ଅଭିଯାନ : ସ୍କୁଲରେ ପିଲାଟିଏକୁ ଚାରାଟିଏ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଭ୍ୟତା ଆରମ୍ଭ ହୋଇଛି ଜଙ୍ଗଲରୁ । ଜୀବଜଗତ ବଂଚୁଛି ମଧ୍ୟ ବୃକ୍ଷ ପାଇଁ । ମାତ୍ର ଦୁଃଖର କଥା ମଣିଷର ସର୍ବଦା ସଂଗ୍ରାମ ସେଇ ଜଙ୍ଗଲ ସହିତ । ଫଳରେ ଭୟଙ୍କର ସଂକଟରେ ଗତି କରୁଛି ମଣିଷ । ସାଂପ୍ରତିକ ସମାଜରେ କେବଳ ଆତଙ୍କିତ ସମାଜ ପାଇଁ ଏକମାତ୍ର ବିକଳ୍ପ ହେଉଛି ବୃକ୍ଷ । ଏହି ବାର୍ତ୍ତା ନେଇ ଆରମ୍ଭ ହୋଇଛି ଏକ ନିଆରା ଅଭିଯାନ । ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଦ୍ଧଦେବ ମେହେର ମହାବିଦ୍ୟାଳୟରେ ପିଲାଟିଏକୁ ଚାରାଟିଏ ଅଭିଯାନ ଆରମ୍ଭ କରାଯାଇଛି । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଁଳା ତଥା ବିଭିନ୍ନ ପ୍ରଜାତିର ଶତାଧିକ ବୃକ୍ଷ ବଣ୍ଟନ କରାଯାଇଛି । ଛାତ୍ରଛାତ୍ରୀମାନେ ନିଜ ଘରେ କିମ୍ବା ବିଳବାଡିରେ ସୁବିଧା ଓ ସୁରକ୍ଷିତ ସ୍ଥାନରେ ଗଛ ଲଗାଇବା ସହିତ ତାହାର ଯତ୍ନ ନେବେ । ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ଆୟୋଜନରେ ଏବଂ ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଓ ପ୍ରକୃତି ବଂଧୁ ମିନିକେତନ ସାହୁଙ୍କ ସହଯୋଗରେ ବୃକ୍ଷ ରୋପଣ, ବୃକ୍ଷ ବଣ୍ଟନ ଓ ସଚେତନତା ସଭା ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ ସାହୁଙ୍କ ସଭାପତିତ୍ୱରେ ଅଧ୍ୟାପକ ସୁଶାନ୍ତ ମିଶ୍ର ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ମକରଦ୍ୱଜ ବଗାର, ସମ୍ମାନିତ ଅତିଥି ପ୍ରକୃତି ବଂଧୁ ମିନିକେତନ ସାହୁ, ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥି, ବ୍ଲକ ଜିପିଓ ମୁଂଚୁ ମୁଣ୍ଡା, ଅଧ୍ୟାପକ ଲମ୍ବୋଦର ତାଣ୍ଡି ପ୍ରମୁଖ ବୃକ୍ଷ ରୋପଣର ଆବଶ୍ୟକତା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ରେଡକ୍ରସ କାଉନସିଲର ଅଧ୍ୟାପିକା ଶୋଭାମୟୀ ପଧାନ ଓ ରାଜେଶ ଥାନପତିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଶତୃଘ୍ନ ପଧାନ, ପ୍ରିୟରଞ୍ଜନ ସାହୁ, ନାରାୟଣ ହୋତା, ରତିକାନ୍ତ ସୁଆର, ସୁବଳ ସାହୁ, ମାନଭଞ୍ଜନ ହୋତା, ଦେବରାଜ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଅଂଶଗ୍ରହଣ କରି ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

fifteen − seven =