pakka

ରାସ୍ତା ମରାମତିର ୬ ଲକ୍ଷ ଟଙ୍କା ଚଳୁ ଅଭିଯୋଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯-୨୦ ବର୍ଷରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚୁହାପାଲିରୁ ଝାରବନ୍ଧ ବ୍ଲକର ଧନେଶ୍ଵର ପର୍ଯ୍ୟନ୍ତ ୬ କି.ମି. ଜଙ୍ଗଲ ରାସ୍ତା ମରାମତି ନାମରେ ଆସିଥିବା ୬ ଲକ୍ଷ ଟଙ୍କା ବିନା କାମରେ ବିଲ କରି ଟଙ୍କା ଉଠାଇ ନେଇଥିବା ନେଇ ବରଗଡ ଜିଲ୍ଲାପାଳଙ୍କ ଠାରେ ଧନେଶ୍ଵର ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଜଙ୍ଗଲ ବିଭାଗ ଦ୍ୱାରା ମନରେଗା ଯୋଜନାରେ ଜଙ୍ଗଲ ରାସ୍ତା ମରାମତି ପାଇଁ ୬ ଲକ୍ଷ ଟଙ୍କାର ମୁରୁମ କାର୍ଯ୍ୟ ହୋଇଥିଲା । ଏହି କାର୍ଯ୍ୟରେ ନିୟୋଜିତ ଜଙ୍ଗଲ ବିଭାଗର ଅଧିକାରୀ ଓ ଗ୍ରାମସାଥୀ ମିଶି ବିନା କାମରେ ବିଭିନ୍ନ ଲୋକଙ୍କ ଏକାଉଣ୍ଟରେ ୬ ଲକ୍ଷ ଟଙ୍କା ପକାଇବା ପରେ ଟଙ୍କା କାଢି ଭାଗବାଣ୍ଟି ଖାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ପାଖାପାଖି ୨୦ ଜଣ ମହିଳା ପୁରୁଷ ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ ଓ ସରକାରଙ୍କଠାରୁ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ସେଭଳି ବ୍ୟକ୍ତିଙ୍କ ଏକାଉଣ୍ଟକୁ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରାଯାଇଛି । ଗୋବିନ୍ଦ ସାହୁ, ଶ୍ରୀମତୀ କ୍ଷୀରୋଦ୍ରି ସାହୁ ଏଭଳି ଅନେକ ଲୋକଙ୍କ ଏକାଉଣ୍ଟକୁ ଟଙ୍କା ଯାଇଛି ବୋଲି ଧନେଶ୍ଵର ଗ୍ରାମବାସୀ ମାନେ ଝାରବନ୍ଧ ବ୍ଲକଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯୋଗଦେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଡମ୍ବରୁଧର ସାହା, ପୌଲସ୍ତ୍ୟ ବାରିକ, ଜଗସା କଲେଜ, ରୁକଧର ସାହୁ, ଅକ୍ଷୟ ପାଣ୍ତେ, ବିଶିଧର ବଡଗୁଛିଆ, ମୁରଲି କଲେଜ ପ୍ରମୁଖ ଉପସ୍ଥିତ ରହି ଝାରବନ୍ଧଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ହାଜର ହୋଇଥିଲେ ।

Leave A Reply

Your email address will not be published.

two × 4 =