pakka

ବୃକ୍ଷ ରୋପଣ ଓ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ସମ୍ବଲପୁରୀ ଦିବସ ଉପଲକ୍ଷେ ପଲସଦା ଗ୍ରାମରେ କୁନାଲ ସିଂ ବରିହାଙ୍କ ପରିଚାଳନାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପଙ୍କଜ କୁମାର ସାହୁ, ସମିତି ସଭ୍ୟ ମହେନ୍ଦ୍ର କୁମାର ବରିହା, ପଲସଦା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ବରିହା ବୃକ୍ଷ ରୋପଣ କରି ସମ୍ବଲପୁରୀ ଦିବସ ଏବଂ ପରିବେଶର ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ । ଆଜି ପଲସଦା ପ୍ରାଥମିକ କୃଷି ସମବାୟ ସମିତି ଲିଃ ନବ ନିର୍ବାଚିତ ସଭାପତି ଭାବରେ କୁନାଲ ସିଂ ବରିହା ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଦାୟିତ୍ଵ ସମାରୋହରେ ସମିତି ଉପସଭାପତି ଶ୍ରୀମତୀ ପଙ୍କଜିନୀ ପାଣିଗ୍ରାହୀ ସଦସ୍ୟମାନେ ତଥା ମୁରଲୀଧର ସାହୁ, ହରିଚରଣ ସାହୁ, ନନ୍ଦଳାଲ ବରିହା, ଭିଷ୍ମଦେବ ସାହୁ, ଧବଳେଶ୍ୱର ସାହୁ, ମୁଗବତୀ ବରିହା, ଅରୁପାନନ୍ଦ ପଟେଲ, ଲଲିତ ପଟେଲ, ହୁତାଶନ ପାଣ୍ଡେ, ଝାଙ୍କରୁ ବରିହା, ରାଜେଶ୍ୱର ମାଝୀ, ମନରଞ୍ଜନ ଡନସନା, ମିଳନ ସିଂ ବରିହା ଏବଂ ସରପଞ୍ଚ ପଙ୍କଜ କୁମାର ସାହୁ ସମିତି ସଭ୍ୟ ମହେନ୍ଦ୍ର କୁମାର ବରିହା ଉପସ୍ଥିତ ଥିଲେ । ସମିତିର ସଂପାଦକ ହେମନ୍ତ ସାହୁ ସଭାପତିଙ୍କୁ ପୁଷ୍ପମାଲା ଦେଇ ସ୍ୱାଗତ କରିଥିଲେ । ଅଭିଭାଷଣରେ ସଭାପତି ଶ୍ରୀ ବରିହା ସଦସ୍ୟମାନଙ୍କୁ ଓ ସମିତିର କର୍ମଚାରୀମାନଙ୍କୁ ସ୍ୱଚ୍ଚ ଏବଂ ନିର୍ମଳ ଭାବରେ ଚାଷୀମାନଙ୍କର ସେବା ଓ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.

four × three =