pr

ନୂତନ ବସ୍ ଟର୍ମିନାଲକୁ ପରିଦର୍ଶନ କଲେ ଜିଲ୍ଲାପାଳ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଜୁଲାଇ ୧ ତାରିଖରେ ବଲାଙ୍ଗିର ନୂତନ ବସ୍ ଟର୍ମିନାଲକୁ ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ସମସ୍ତ ବସ୍ ସ୍ଥାନାନ୍ତର ହେବା ଠିକ୍ ମାସକ ପରେ ଜିଲ୍ଲାପାଳ ଚଞ୍ଚଳ ରାଣା ବସ୍‌ଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି । ବଲାଙ୍ଗିରର ସମସ୍ତ ଘରୋଇ ଓ ସରକାରୀ ବସ୍ ସମ୍ପୂର୍ଣ୍ଣ ଭାବେ ନୂତନ ବସ୍‌ଷ୍ଟାଣ୍ଡରୁ ଚଳାଚଳ କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ବସ୍‌ଷ୍ଟାଣ୍ଡ ପରିସରରେ ସମସ୍ତ ଦୋକାନୀ ଓ ଉପସ୍ଥିତ ଅନେକ ଯାତ୍ରୀମାନଙ୍କ ଠାରୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଓ ଓଏସ୍ଆରଟିସି କର୍ତ୍ତୃପକ୍ଷ ଏବଂ ବସ୍‌ଷ୍ଟାଣ୍ଡ ପରିଚାଳନା କର୍ତ୍ତୃପକ୍ଷଙ୍କୁ ବସ୍‌ଷ୍ଟାଣ୍ଡର ସ୍ୱଚ୍ଛତାକୁ ନେଇ ତାଗିଦ କରିବା ସଙ୍ଗେ ଅନେକ ପରାମର୍ଶ ଦେଇଥିଲେ । ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଏକ ଶୌଚାଳୟ ପାଇଁ ଘରୋଇ ବସ୍‌ ମାଲିକ ସଂଘ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଓଏସଆରଟିସି ପକ୍ଷରୁ ଏହା ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳଙ୍କୁ ଉପସ୍ଥିତ ଅଧିକାରୀ ଅବଗତ କରିଥିଲେ । ଅତିଶୀଘ୍ର ଶୌଚାଳୟ ନିର୍ମାଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ଦୀର୍ଘଦିନ ପରେ ମଧ୍ୟ ଅବ୍ୟବହୃତ ଭାବେ ପଡି ରହିଥିବା ନୂତନ ବସ୍‌ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ଉଦ୍ୟମ କରିଥିଲେ ଓ ରାଜ୍ୟର ଏକ ଆଦର୍ଶ ବସ୍‌ଷ୍ଟାଣ୍ଡ ଭାବେ ଏହାର ପରିଚାଳନା କରିବାକୁ ଠିକାରେ ନେଇଥିବା ସଂସ୍ଥା, ଘରୋଇ ବସ୍‌ ମାଲିକ ସଂଘ ଓ ଓଏସଆରଟିସି କର୍ତ୍ତୃପକ୍ଷକୁ ବାରମ୍ଵାର ପରାମର୍ଶ ଦେଇ ଆସୁଛନ୍ତି । ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ବସ୍‌ ଯାତ୍ରୀ ଓ ମାଲିକ ସଂଘର ସଭ୍ୟମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା ବୋଲି ବସ୍‌ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ବସ୍ ମାଲିକ ସଂଘର ଉପସଭାପତି ସୌମେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ଶିବ ପଟେଲ, ବରିଷ୍ଠ ସଭ୍ୟ ଅକ୍ଷୟ କଣ୍ଟା, ମାନସ ନାୟକ, ସୁନୀଲ ମିଶ୍ର, ବୁଲୁ ବେହେରା, ସତ୍ୟ ପ୍ରକାଶ ପତି, ଭବାନି ପଟେଲ, ହିମାଂଶୁ ନାୟକ, ଚନ୍ଦ୍ରମଣି ତ୍ରିପାଠୀ, ମୁନା ଶତପଥି, ପ୍ରାଣନାଥ ପ୍ରଧାନ, ଜୟନ୍ତ ସିଂଦେଓ, ଅରୁଣ ବରାଇ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.