pr

ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ, ସାହାଜବାହାଲଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭୂତିଆରବାହାଲ (କେନ୍ଦୁପତ୍ର) ରେଞ୍ଜ ଅଫିସର ବିଶ୍ୱାମିତ୍ର ପଧାନ ମୁଖ୍ୟ ଅତିଥି ରୂପେ ଏବଂ ଫରେଷ୍ଟର ସୁନ୍ଦର କାଲସାଏ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କଲେଜ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ପ୍ରଥମେ କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାସ୍ଥିତ ଅତିଥି ଏବଂ ଅଧ୍ୟାପକ ବୃନ୍ଦ ବୃକ୍ଷର ଆବଶ୍ୟକତା ଏବଂ ଉପକାରିତା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଅଧ୍ୟାପକ ଶାନ୍ତନୁ କୁମାର ପାତ୍ର ସଂଯୋଜନା କରିଥିଲେ ଏବଂ ସଭା ଶେଷରେ ଅଧ୍ୟାପକ କବିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ସଞ୍ଜିବ କୁମାର ପାତ୍ର, ପ୍ରମୋଦ କୁମାର ବରାଡ, ହିମାଂଶୁ ଶେଖର ବାରିକ, ମଦନଲାଲ ପଣ୍ଡା, ସନାତନ ମିଶ୍ର, ଅରୁଣ ଯୋଷୀ, କିଶୋର ହୋତା, ରଙ୍ଗାଧର ହୋତା, ସଦାନନ୍ଦ ଡାଙ୍ଗ, ଗୋବର୍ଦ୍ଧନ ବଗର୍ତ୍ତି ଏବଂ କଲେଜର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

nrusinghnath
Leave A Reply

Your email address will not be published.