jsm

ବିନୋଦ ବିହାର କ୍ଲବ ପରିସରରେ ପଞ୍ଚପୁରୁଷଙ୍କ ସ୍ମୃତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ବିନୋଦ ବିହାର କ୍ଲବ ପରିସରରେ କ୍ଲବର ପୂର୍ବତନ ଓ ଦକ୍ଷ ସଦସ୍ୟଙ୍କ ସ୍ମୃତିଚାରଣ ପୂର୍ବକ ସେମାନଙ୍କ ନାମରେ ଗୋଟିଏ ଲେଖାଏଁ ବୃକ୍ଷ ଚାରା ରୋପଣ କରି ସମାଜକୁ ନୂତନ ଦିଗଦର୍ଶନ ଦେଇଛନ୍ତି । ଛତ୍ରପୁର ସହର ମେଇନ ରୋଡ଼ ରିକାପଲ୍ଲୀ ଚନ୍ଦ୍ରଶେଖର ମନ୍ଦିର ସମ୍ମୁଖରେ ଥିବା ବିନୋଦ ବିହାର କ୍ଲବ ଓଡ଼ିଶାର ଏକ ଚର୍ଚ୍ଚିତ ଇତିହାସରେ ସୁନାମ ଅର୍ଜନ କରିଅଛି । ପ୍ରକାଶଯୋଗ୍ୟ ଯେ’ ଏହି କ୍ଲବ ପରିସରରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ କଳା ମଣ୍ଡପ, ଓଡିଶୀ ନୃତ୍ୟ ଶିକ୍ଷାଦାନ, ଶାସ୍ତ୍ରୀୟ ସଙ୍ଗୀତ, ତବଲା, ହାରମୋନିୟମ ଆଦି ବାଦ୍ୟଯନ୍ତ୍ର ଶିକ୍ଷାଦାନ କେନ୍ଦ୍ର ତଥା ସଙ୍ଗୀତ ମହାବିଦ୍ୟାଳୟର ସ୍ୱୀକୃତ କ୍ରମେ ଏହି କଳା ଅନୁଷ୍ଠାନର ବିବିଧ କାର୍ଯ୍ୟକ୍ରମ ଅଦ୍ୟାବଧି ପରିଚାଳିତ ହୋଇଆସୁଅଛି । ଏହି ଅନୁଷ୍ଠାନର ଜଣେ ପ୍ରବୀଣ କଳାକାର, ସଙ୍ଗୀତ ବିଶାରଦ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ଜ୍ୟୋତିଷ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ବିୟୋଗ ଘଟି ଆଜି ଦ୍ୱାଦଶାହ ଦିବସ ହେତୁ ତାଙ୍କରି ସ୍ମୃତିଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କରି ସ୍ମୃତିରେ ବୃକ୍ଷ ରୋପଣ କରାଯାଇ ଏକ ମାଙ୍ଗଳିକ କାର୍ଯ୍ୟସ୍ୱରୂପ ଉତ୍ସର୍ଗୀକୃତ କରାଯାଇଛି । ସେହିପରି ଏହି ଅନୁଷ୍ଠାନର ଅନ୍ୟ ଚାରିଜଣ ମୁଖ୍ୟପ୍ରତିଷ୍ଠିତ ସଦସ୍ୟଙ୍କ ସ୍ମୃତିରେ ବୃକ୍ଷ ଚାରା ରୋପଣ କରାଯାଇଛି । ଛତ୍ରପୁରର ପୂର୍ବତନ ନଗରପାଳ ସ୍ୱର୍ଗତ ଡ଼ା.ଆର.ଲୋକନାଥ ରାଓ, ସ୍ୱର୍ଗତ ଜୟକୃଷ୍ଣ ମହାରଣା, ସ୍ୱର୍ଗତ ଗଣେଶ୍ୱର ସାହୁ, ସ୍ୱର୍ଗତ ନକୁଳ ଚରଣ ସୂତାରଙ୍କ ସ୍ମୃତିରକ୍ଷାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କରି କର କମଳରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମାହିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିନୋଦ ବିହାର କ୍ଲବର ସଭାପତି ତଥା ସହରର ବରିଷ୍ଠ ନାଗରିକ ବିଶ୍ୱନାଥ ସାହୁ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ବାସ୍ତୁଶାସ୍ତ୍ର-ବିଶେଷଜ୍ଞ କୃଷ୍ଣଚନ୍ଦ୍ର ମହାରଣା, ଏ.ରାବଣା ରାଓ, କେ.ହୃଷିକେଶ ରାଓ, କଳାବିକାଶ କେନ୍ଦ୍ରର ସମ୍ପାଦକ ଉମେଶ ଚନ୍ଦ୍ର ବେହେରା, ସ୍ୱେଚ୍ଛାସେବୀ ଅରୁଣ କୁମାର ଶତପଥୀ, ଓଡିଶୀଗୁରୁ ଅଳକା ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବଗୋଷ୍ଠୀ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.