om academy

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ ଜବତ

ଜଳେଶ୍ଵର : ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ ଜବତ । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ୬୦ନଂ ଜାତୀୟ ରାଜପଥ ରୁପ୍ସା ଅଞ୍ଚଳରୁ ଏହି ଟ୍ରକ୍ ଜବତ ହୋଇଛି । ଏହା ସହ ପୋଲିସ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି ।

ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କୁଳିଗାଁ ପଞ୍ଚାୟତର ୨ ଜଣ ଡିଲର ଏକ ଠିକା ସଂସ୍ଥାଠାରୁ ଏକ ଛଅ ଚକିଆ ଟ୍ରକ୍ ଯୋଗେ ପିଡିଏସ୍ ଚାଉଳ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ପାଇଁ ନେଉଥିଲେ । ଚୋରା ଚାଲାଣ କଥା ଜିଲ୍ଲା ପୋଲିସ ପାଖରେ ଖବର ପହଞ୍ଚି ଥିଲା । ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ରୁପ୍ସା ପୋଲିସ ୬୦ନଂ ଜାତୀୟ ରାଜପଥ ରୁପ୍ସା ଅଞ୍ଚଳରେ ଚଢ଼ାଉ କରି ଚାଉଳ ବୋଝେଇ ଗାଡି ଜବତ କରିବା ସହିତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

14 + twelve =