ଦୀର୍ଘ ୨୨ ଘଣ୍ଟା ପରେ ଶାଳନ୍ଦୀ ନଦୀରୁ ଉଦ୍ଧାର ହେଲା ୨ କାଉଡ଼ିଆଙ୍କ ମୃତଦେହ

ସୋରୋ : ଦୀର୍ଘ ୨୨ ଘଣ୍ଟା ପରେ ଶାଳନ୍ଦୀ ନଦୀରୁ ଉଦ୍ଧାର ହେଲା ୨ କାଉଡ଼ିଆଙ୍କ ମୃତଦେହ । ଗତକାଲି ଶାଳନ୍ଦୀ ନଦୀରେ ଭାସି ଯାଇଥିଲେ ଦୁଇ କାଉଡ଼ିଆ । ଓଡ୍ରାଫ୍ ଟିମ୍ ଓ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ ୨ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର କରିଛି ।

ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ବରଦା ଗ୍ରାମରେ ଶାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀ ଗ୍ରାମର ୧୮ ଜଣ କାଉଡ଼ିଆ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ଯାଇଥିଲେ । ସମସ୍ତେ ଆଗ ପଛ ହୋଇ ପାଣି ନେଉଥିବା ବେଳେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାହୁ ଓ ସୁବ୍ରତ ମହାକୁଡ଼ଙ୍କ ଗୋଡ଼ ଖସିଯିବାରୁ ସେ ନଦୀରେ ଭାସି ଯାଇଥିଲେ । ସୋମବାର ଠାରୁ ଓଡ୍ରାଫ୍ ଟିମ୍ ଓ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳି ନଥିଲା । ମଙ୍ଗଳବାର ସକାଳେ ଓଡ୍ରାଫ୍ ଟିମ୍ ସାନ ଜୟୀପୁର ଗ୍ରାମର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି । ମୃତଦେହ ଉଦ୍ଧାର ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।

Leave A Reply

Your email address will not be published.