ଲକଡାଉନରେ ଫସି ରହିଥିବା ବୃଦ୍ଧଙ୍କୁ ସମଲେଇ ପଦର ବୃଦ୍ଧାଶ୍ରମରେ ଛାଡିଲେ ପଦ୍ମପୁର ସହକାରୀ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧରଜଗଡ଼ ଗ୍ରାମର ବସନ୍ତ ଭୋଇ(୬୦)ଙ୍କୁ ଆଗଲପୁର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟବୃନ୍ଦ ଉଦ୍ଧାର କରି ପଦ୍ମପୁର ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ସେ ବିଭିନ୍ନ ଅଞ୍ଚଳ ଯାଇ ଚେରୀମୁଲି ଔଷଧ ବିକ୍ରି କରୁଥିଲେ । କିନ୍ତୁ ଲକ୍‌ଡାଉନ ଯୋଗୁଁ ତାଙ୍କର ବ୍ୟବସାୟ ଠପ୍‌ ହୋଇଯାଇଥିଲା, ସେ ଘରକୁ ଫେରିପାରି ନ ଥିଲେ । ସେ ଅତି କଷ୍ଟରେ ଲୁହୁରାମୁଣ୍ଡା ଗ୍ରାମକୁ ଚାଲି ଚାଲି ପହଞ୍ଚିଥିଲେ । କେତେକ ବଦାନ୍ୟ ବ୍ୟକ୍ତି ଖାଇବାକୁ ଦେଇ ଗୋଟିଏ କ୍ଲବ ଘରେ ରଖିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଖବର ପାଇ ତାଙ୍କୁ ପଦ୍ମପୁର ଆଣିଥିଲେ ଓ ପଦ୍ମପୁର ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ଆଜି ପଦ୍ମପୁର ସହକାରୀ ଜିଲ୍ଲାପାଳ ସୁଶ୍ରୀ ଦୀପ୍ତିମୟୀ ଭୁଏ ଓ ପଦ୍ମପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ କୋଭିଡ଼୍‌ ଟେଷ୍ଟ କରି ତାର ଯତ୍ନ ନେଇ ଗୋଟିଏ ଚାରି ଚକିଆ ଗାଡ଼ିରେ ବିଜେପୁର ସମଲେଇ ପଦର ବୃଦ୍ଧାଶ୍ରମକୁ ତାଙ୍କୁ ପଠେଇ ଦିଆଯାଇଛି ।

Leave A Reply

Your email address will not be published.

8 − 1 =

error: Content is protected !!