ଭଙ୍ଗା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ ଭେଜିପଦର ଗ୍ରାମରେ ବସବାସ କରୁଛନ୍ତି ବୃଦ୍ଧ ପମ୍ପତି ଜଗମନ ମହାକୁର(୫୮), ଅଏଲା ମହାକୁର(୫୪) । ଦୀର୍ଘ ବର୍ଷ ହେଲାଣି ଏକ ଭଙ୍ଗା ଘରରେ ଜୀବନ ବିତାଉ ଥିବା ବେଳେ ବର୍ଷା ହେଲେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ଥର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ଠାରେ ମଧ୍ୟ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାରର ସନ୍ତୋଷ ଜନକ ଉତ୍ତର ମିଳୁନ ଥିବା ନେଇ ବୃଦ୍ଧ ଦମ୍ପତି ମନରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ମାଟି ଘରରେ ଏକ ପୋଲିଥିନ ଦେଇ ବିପଦ ସଂକୁଳ ଅବସ୍ଥାରେ ଦିନ କାଟୁଛନ୍ତି ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଆବାସ ଯୋଜନାରେ ସାମିଲ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

17 − 3 =