jsm

ଶୋଚନୀୟ ଅବସ୍ଥାରେ ବରଗାଁ – ଡ଼ଙ୍ଗରମୁଣ୍ଡା ରାସ୍ତା

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଛନ୍ତି ହେଲେ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଜାତୀୟ ରାଜପଥ ୨୬ କଡ଼ରେ ଥିବା ବରଗାଁ ଡ଼ଙ୍ଗରମୁଣ୍ଡା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅନେକ ଥର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ଅନେକ ଥର ରାସ୍ତା ନିର୍ମାଣ କରିବା ପାଇଁ ଲୋକେ ଦାବୀ କରି ଆସୁଛନ୍ତି ହେଲେ ପ୍ରଶାସନ ପକ୍ଷରୁ ତତ୍ପର ଦେଖାଦେଉ ନଥିବା ନେଇ ସ୍ଥାନୀୟ ଜନସାଧାରଣ ମାନଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି । ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ନ କଲେ ଆନ୍ଦୋଳନ କରାଯିବ ବୋଲି ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ମାଝି ଚେତାବନୀ ଦେଇଛନ୍ତି ।

yuvodaya
Leave A Reply

Your email address will not be published.