କୃଷକ ଉତ୍ପାଦକ ସଂଘ ପ୍ରୋତ୍ସାହନ ପାଇଁ ସଚେତନତା ବୈଠକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତ ସଭାଗୃହ ଠାରେ କୃଷକ ଉତ୍ପାଦକ ସଂଘ ଓ ପ୍ରେତ୍ସାହନ ଓ ବିକାଶ ପାଇଁ ଭାରତ ସରକାର ଓ ନବାର୍ଡ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ କାର୍ୟ୍ୟକାରୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଆଜି କୃଷକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାହୁଙ୍କ ସଂଯୋଜନାରେ କାର୍ୟ୍ୟକ୍ରମରେ ୧୫ରୁ ଅଧିକ ପନିପରିବା ଚାଷୀ ଅଂଶଗ୍ରହଣ କରିଥିଲେ । କୃଷକ ଉତ୍ପଦକ ସଂଘ ଗଠନର ଉପକାରିତା, ଚାଷୀଙ୍କ ଭାଗୀଦାରୀତା, ସଂଘ ଗଠନରେ ଚାହୀଙ୍କୁ ମିଳୁଥିବା ବିଭିନ୍ନ ଲାଭ, ସଂଘ ପଞ୍ଜିକରଣର ପକ୍ରିୟା ଅନ୍ୟାନ୍ୟ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ସଂଘ ମାଧ୍ୟମରେ ଚାଷୀମାନଙ୍କ ଉପାର୍ଜିତ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ ଧାର୍ୟ୍ୟ ହୋଇଥିବା ବିଷୟରେ ପ୍ରତିନିଧି ମାନେ ଆଲୋଚନା କରିଥିଲେ । ଆସନ୍ତା ଏକମାସ ମଧ୍ୟରେ କର୍ଲାମୁଣ୍ଡା ବ୍ଲକର ସମସ୍ତ ଅଗ୍ରଣି ଚାଷୀ ମାନଙ୍କୁ ନେଇ ଏକ କୃଷକ ଉତ୍ପାଦକ ସଂଘ ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅଞ୍ଚଳର ଅଗ୍ରଣୀ ଚାଷୀ ପୂର୍ଣ୍ଣଚନ୍ଦ୍ର ମାଝୀ, ବଳଦେବ ଭୋଇ, ଜିତ ଭୋଇ, ଜୟନ୍ତୀ ପଧାନ, ଅମ୍ବାବତୀ ପଟେଲ ପ୍ରମୁଖ ଯୋଗଦେଇ ନିଜ ନିଜ ପନିପରିବା ଚାଷ ଉପରେ ସମ୍ପର୍କିତ ଅଭିଜ୍ଞତା ପ୍ରକାଶ କରିଥିଲେ । ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରକାଶ ସାହୁ ସମସ୍ତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × 3 =