jayashree

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନର “ବୋଧନ” କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନ, ରାଉରକେଲା ଶାଖା ପକ୍ଷରୁ “ବୋଧନ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶାଖାର ସଭାପତି ଦିଲୀପ ଭୁଇ ଏବଂ ସମ୍ପାଦିକା ସୁଚିସ୍ମିତା ବିଶ୍ୱାସ ଅଭିଭାଷଣ ସହ ଶାଖାର ବିଭିନ୍ନ କାର୍ଯ୍ୟକଳାପ ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ମତ ରଖିଥିଲେ । ପରେ ଆକାଶବାଣୀର ଶତବାର୍ଷିକୀ ଉପଲକ୍ଷେ “ଆକାଶବୀଣାୟ ଆଗମନୀ” ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବଙ୍ଗଳାର ଦୁର୍ଗାପୂଜା ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ଐତିହାସିକ ପ୍ରସାରଣର ସ୍ମୃତି, ଭକ୍ତି ଓ ଉତ୍ସବର ଆବେଗକୁ କଥନ, ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ପୁନର୍ଜୀବିତ କରିବା ଏହି ପରିବେଷଣର ମୂଳ ଲକ୍ଷ୍ୟ ଥିଲା । କଥନ ରଚନା ଜୟା ମୁନ୍‌ସୀ, କଥନ ପରିବେଷଣ ଶୁଭ୍ରାଂଶୁ ଶେଖର ମିତ୍ର, ଅର୍ଥିତା ଭଟ୍ଟାଚାର୍ଯ୍ୟ, ଶର୍ମିଷ୍ଠା ବାନାର୍ଜୀ ଏବଂ ଅନ୍ୱେଷା ସେନଗୁପ୍ତା କରିଥିଲାବେଳେ ସଙ୍ଗୀତରେ ସହଯୋଗୀ ଭାବେ ଜୟା ମୁନ୍‌ସୀ, ଋଷଭ ଗୁରୁୱାରା ଓ ନୃତ୍ୟରେ ଜୟା ମୁନ୍‌ସୀ ଏବଂ ସୁଚିସ୍ମିତା ବିଶ୍ୱାସ ତଥା ସଙ୍ଗୀତ ପରିବେଷଣରେ ପାପିଆ ମଜୁମଦାର, ତମିଶ୍ରା ଭଟ୍ଟାଚାର୍ଯ୍ୟ, ଆରତୀ ଜାନା, ସଂଯୁକ୍ତା ସେନ, ରିମି ଚକ୍ରବର୍ତ୍ତୀ, ପିଉ ଗୁହ, ଜୟା ମୁନ୍‌ସୀ, ଅନ୍ୱେଷା ସେନଗୁପ୍ତା, ଋଷଭ ଗୁରୁୱାରା, ସୁସ୍ମିତା ନସ୍କର ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ନିର୍ଦ୍ଦେଶନା ସୁସ୍ମିତା ନସ୍କର ଦେଇଥିବା ବେଳେ ପରବର୍ତ୍ତୀ ଶମ୍ପା ମଜୁମଦାରଙ୍କ ଦ୍ୱାରା କବିତା ଆବୃତ୍ତି, ପରେ କୋଏନା ଦସ୍ତିଦାର ଏକକ ନୃତ୍ୟ ଓ ପଲ୍ଲବ ଚାଟାର୍ଜୀ ତଥା ରତ୍ନା ଚାଟାର୍ଜୀ ନିର୍ଦ୍ଦେଶିତ ଶ୍ରୁତିନାଟକ “ଶାରଦୀୟା” ପରିବେଷଣ କରାଯାଇଥିଲା । ଏଥିରେ ଶର୍ମିଷ୍ଠା ବାନାର୍ଜୀ, ଅନ୍ୱେଷା ସେନଗୁପ୍ତା, ମୌସୁମୀ ରାୟ ତପାଦାର, ସୀମା ପଲ୍, ସର୍ବାଣୀ ମିତ୍ର ଏବଂ ରିଙ୍କୁ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.