pakka

ସାମ୍ବାଦିକଙ୍କ ପିତୃ ବିୟୋଗ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ବରିଷ୍ଠ ସାମ୍ବାଦିକ ବୁର୍ଡା ନିବାସୀ ବିମଳେନ୍ଦୁ ସାହୁଙ୍କ ବାପା ବିଜୟ କୁମାର ସାହୁଙ୍କ ରବିବାର ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାହୁ ବୁର୍ଡା ଗ୍ରାମ ପଞ୍ଚାୟତର ଭୂତପୂର୍ବ ସରପଞ୍ଚ ଥିଲେ । ସ୍ଥାନୀୟ ପଞ୍ଚାୟତ ହାଇସ୍କୁଲର ପ୍ରତିଷ୍ଠାତା ସଭ୍ୟ ସହିତ ପରିଚାଳନା ପରିଷଦର ସଂପାଦକ ତଥା ସଭାପତି ଭାବେ ଦୀର୍ଘଦିନ ଧରି ଦାୟିତ୍ଵ ନିର୍ବାହ କରିଥିଲେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଇନ ମନ୍ତ୍ରୀ ଥିବାବେଳେ ଦେବୋତ୍ତର ବିଭାଗ ତରଫରୁ ଶ୍ରୀ ସାହୁଙ୍କୁ ବୁର୍ଡ଼ା ଗ୍ରାମର ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିରର ଇଣ୍ଟରିୟମ୍‌ ଟ୍ରଷ୍ଟି ଭାବେ ନିଯୁକ୍ତି ଦିଆଯାଇଥିଲା । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଚାରିପୁଅ କମଲେନ୍ଦୁ, ଶୁଭେନ୍ଦୁ, ଉତ୍କଳେନ୍ଦୁ ଓ ବିମଲେନ୍ଦୁଙ୍କ ସମେତ ସମସ୍ତ ପୁତ୍ରବଧୂ, ଝିଅଜ୍ୱାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ । ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ବରିଷ୍ଠ ସଦସ୍ୟ ନବୀନ ପଶାୟତ, ହରିନାରାୟଣ ପୂଜାରୀ, ଶରତ ମିଶ୍ର, ଶିଶିର ଶତପଥୀ, ତରୁଣ ସାହୁ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ତାଙ୍କର ପରଲୋକରେ ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇବା ସହିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପୂର୍ବତନ ସାଂସଦ ବାଲଗୋପାଲ୍ ମିଶ୍ର, ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

jay balangir
Leave A Reply

Your email address will not be published.

3 × 4 =