csstore

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାପ୍ତାହିକ ବଜାର ହାଟପଦାପଡା ବଲାଙ୍ଗିରଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ପର୍ଶୁରାମ ନାୟକ, ସାଧାରଣ ସଂପାଦକ ମଲିଆ ଗଡୁଆ, ଆବାହକ ଜୀବନ କୁମାର ତ୍ରିପାଠୀ, କାର୍ଯ୍ୟକାରିଣୀ ସଭ୍ୟ ପ୍ରଦୀପ କୁମାର ସାହୁ, ମନୋରଂଜନ ମିଶ୍ର, ବରିଷ୍ଠ ସଭ୍ୟ ଲୋକନାଥ ନେପାକ, ଡା. ଦେବଦତ୍ତ ମିଶ୍ର, ଡା. ରାଧାକାନ୍ତ ସେଠ, ପ୍ରାଣ ବଲ୍ଲଭ ତ୍ରିପାଠୀ, କୃଷ୍ଣଚନ୍ଦ୍ର ନାଥ, ତିର୍ଥବାସୀ ଡାଙ୍ଗ, ବିଜୟ କୁମାର ବାଘ, ବୈକୁଣ୍ଠ ସ୍ୱାଇଁ, ଭକ୍ତବନ୍ଧୁ ନାୟକ ଏବଂ ସାରଥି ପଟେଲ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ । ଉପସଭାପତି ନାୟକଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ମଲିଆ ଗଡୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓମ୍ ମିଠା ଦେକାନୀ ବଲାଙ୍ଗିର ଡେଲିମାର୍କେଟ ୧୫ କେଜି ଦହି ଯୋଗାଇ ଦେଇଥିଲେ ଏବଂ ବାକି ଅର୍ଦ୍ଧେକ ଦହି ସଂଘ ତରଫରୁ ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ଭୁବନେଶ୍ୱରୀ ମେଡିକାଲ୍‌ ଷ୍ଟୋର୍‌ର ମାଲିକ ହରିଶଙ୍କର ମିଶ୍ର ମହୋଦୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.