
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମର ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ପିତା ଡମବୁଢା ହଂସଙ୍କ ୬୫ ବର୍ଷ ବୟସରେ ପରଲୋକ ଘଟିଛି । ଆଜି ସକାଳେ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କପିଲାଭଟା ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଡମବୁଢା ହଂସ ଜଣେ ସରଳ, ମିଷ୍ଟଭାଷୀ, ପରୋପକାରୀ ଓ ସ୍ନେହୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ସେ ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନୀ ରୋଗରେ ପୀଡ଼ିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତ କିଛିଦିନ ହେବ ସେ ଶଯ୍ୟାଶାୟୀ ଥିଲେ । ତାଙ୍କ ବିୟୋଗ ଖବର ପାଇ କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ଦୀପକ ଦାସ ଯାଦବ, ସଦସ୍ୟ ରାଧେଶ୍ୟାମ ମେହେର, ମା’ ସାହାଜି ଯୁବକ ସଂଘର ପୂର୍ବତନ ସଭାପତି ମିତ୍ରଭାନୁ ବିଶି, ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରିଆ ଓ କପିଲାଭଟା ପଞ୍ଚାୟତ ଯୁବ ବିଜେଡି ସଭାପତି ଧର୍ମେନ୍ଦ୍ର ଦାସଙ୍କ ସମେତ ବନ୍ଧୁବାନ୍ଧବ, ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସେହିପରି କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ବଙ୍ଗୋମୁଣ୍ଡା ବିଡିଓ ନିତୁଶ୍ରୀ ମେହେର, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, କଣ୍ଟାବାଞ୍ଜି ପ୍ରେସ କ୍ଲବର ସମ୍ପାଦକ ସୁଶାନ୍ତ ବେହେରା, ପୂର୍ବତନ ସରପଞ୍ଚ ଦୁର୍ଦକ୍ଷ ହଂସ, ଆଇନଜୀବୀ ସୁଧାଂଶୁ ଦାସ ଓ ସୁଲେକେଲା ସରପଞ୍ଚ ଶ୍ୟାମସୁନ୍ଦର ଚିରାଗୁନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରରେ ପତ୍ନୀ ସପୁର ହଂସ, ପୁଅ ଦେବେନ୍ଦ୍ର, ହୁଲେଶ୍ୱର, ବାଲେଶ୍ୱର ଓ ଲୋକନାଥ, ବୋହୂ ଲଳିତା, ସୁରେଖା, ସୁମିତ୍ରା ଓ ସୁନିତାଙ୍କ ସମେତ ନାତିନାତୁଣୀ ଓ ଅନ୍ୟ ସଦସ୍ୟମାନେ ଅଛନ୍ତି । ତାଙ୍କ ପୁଅ ଦେବେନ୍ଦ୍ର ହଂସ ମୁଖାଗ୍ନି ଦେଇଥିଲେ । ଡମବୁଢା ହଂସଙ୍କ ବିୟୋଗରେ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି ।