ରାଉରକେଲା ଭାଇବ୍ରାଣ୍ଟର ପ୍ରସାଦ ବିତରଣ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛେଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିର ଠାରେ ପ୍ରସାଦ ବିତରଣ କରାଯାଇଥିଲା । ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ଡ. ସଞ୍ଜୁକ୍ତା ପତି ଓ ସମ୍ପାଦକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି ଅବସରରେ ରୋଟାରିଆନ ଇଂ ଅଜିତ ମୋହନ ପୁଜାରୀ ସୁମଧୁର ସ୍ୱରରେ ଭଜନ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ରୋଟାରିଆନ ପ୍ରାକ୍ତନ ସଭାପତି ଡ. ମୀନତି ପଣ୍ଡା, ପ୍ରଶାନ୍ତ ରଞ୍ଜନ ପାତ୍ର, ଅର୍ଚ୍ଚନା ଦେବତା, ବସନ୍ତ କୁମାର ତନ୍ତୀ, ଅନିତା ନାୟକ, ସାଗର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.